ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଗୁଳତା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜିଲ୍ଲାସ୍ଥିତ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ ଆଜି(ବୁଧବାର) ଗୁଳତା ଗ୍ରାମ ନିକଟସ୍ଥ ନାଳ କଡରେ ଥିବା ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି । ମୃତ ମହିଳା ଜଣକ ସେହି ଗ୍ରାମର ମିର୍ଜା ଟୁଡୁଙ୍କ ସ୍ତ୍ରୀ ଲାଖିଆଁ ଟୁଡୁ ବୋଲି ଜଣାପଡିଛି । ମହିଳା ଜଣକ ଗତ ରାତି ପ୍ରାୟ ୧୧ ଟା ସମୟରୁ ଘରୁ ବାହାରକୁ ଯାଇ ଫେରିନଥିବା ପରିବାର ଲୋକେ କହିଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସତ୍ୟାସତ୍ୟ ସାମ୍ନାକୁ ଆସିବ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ