ବାରିପଦା: ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ପରେ ଏକ ମାସ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ। ଏନେଇ ପିଡିତାଙ୍କ ମାଆ ଜୁଲାଇ ୧୭ ତାରିଖରେ ବଡ଼ସାହି ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ଘଟଣାର ୩୫ ଦିନ ପରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ତାଙ୍କ ଗାଁ ନିକଟରେ ଛାଡି ପଳାଇଥିଲା। ଗତ ଶୁକ୍ରବାର ପୀଡିତା ନାବାଳିକା ଓ ତାଙ୍କ ମାଆ ମୟୂରଭଞ୍ଜ ଏସପିଙ୍କ ନିକଟରେ ଗୁହାରି କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲେ।
ଏହି ଦୁଷ୍କର୍ମ ଘଟଣାରେ ବଡ଼ସାହି ଥାନା କେସ ନମ୍ବର ୯୪/୨୦ରେ ମାମଲା ରୁଜୁ ହୋଇଥିଲା। ବେତନଟୀ ଏସଡିପିଓ ଘଟଣାର ତଦନ୍ତ କରି ଅଭିଯୁକ୍ତ ରମାକାନ୍ତ ସିଂ ଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବାପା ଓ ମାଆଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି କହିଛନ୍ତି ଏସଡିପିଓ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ