ରାଇରଙ୍ଗପୁର: ରାଇରଙ୍ଗପୁରର ବହଳଦା ଥାନା ଅନ୍ତର୍ଗତ ବୈଶିଙ୍ଗା ନିକଟ 20ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି ।
ପାରିପାର୍ଶ୍ବିକ ସ୍ଥିତି ଓ ମୃତକଙ୍କ ଅବସ୍ଥା ଦେଖିଲେ ଲାଗୁଥିଲା କୌଣସି ଅଜଣା ଗାଡ଼ି ପଥଚାରୀଙ୍କୁ ଧକ୍କା ଦେଇ ପାଞ୍ଚ-ଛଅ ମିଟର ଘୋଷାଡି ନେଇଛି । ରକ୍ତାକ୍ତ ଅବସ୍ଥାରେ ପଥଚାରୀଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ବହଳଦା ଥାନା ଭୁରଷା ଗ୍ରାମର ମନସା ମହାନ୍ତ(48) ।
ଏ ନେଇ ବହଳଦା ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ରାଇରଙ୍ଗପୁରରୁ ସଂଜୟ କୁମାର ପରିଡା,ଇଟିଭି ଭାରତ