ETV Bharat / state

ସମ୍ବର ମାଂସ ଜବତ, ଶିକାରୀ ଗିରଫ

ମୟୂରଭଞ୍ଜ ଜିଲ୍ଲା ଉଦଳା ବନ ବିଭାଗ ଶନିବାର ଉଦଳା ଥାନା ଅଙ୍ଗାରପଡା ଗ୍ରାମ ନିକଟରୁ ଜଣେ ଶିକାରୀକୁ ଗିରଫ କରିବା ସହିତ ସମ୍ବର ମାଂସ ଜବତ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

author img

By

Published : Feb 14, 2021, 9:48 AM IST

ସମ୍ବର ମାଂସ ଜବତ, ଶିକାରୀ ଗିରଫ
ସମ୍ବର ମାଂସ ସହିତ ଶିକାରୀ ଗିରଫ

ବାରିପଦା: ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ପୁଣି ସମ୍ବର ଶିକାର । ମୟୂରଭଞ୍ଜ ଜିଲ୍ଲା ଉଦଳା ବନ ବିଭାଗ ଶନିବାର ଉଦଳା ଥାନା ଅଙ୍ଗାରପଡା ଗ୍ରାମ ନିକଟରୁ ଜଣେ ଶିକାରୀକୁ ଗିରଫ କରିବା ସହିତ ସମ୍ବର ମାଂସ ଜବତ କରିଛି ବନ ବିଭାଗ ।

ସମ୍ବର ମାଂସ ସହିତ ଶିକାରୀ ଗିରଫ

ସୂଚନାଅନୁସାରେ, ଗିରଫ ହୋଇଥିବା ଶିକାରୀ ଜଣଙ୍କ ଅଙ୍ଗାରପଡାର ଗୋପାଳ ସିଂ । ସମ୍ବର ଶିକାର ଅଭିଯୋଗରେ ଗୋପାଳକୁ ଗିରଫ କରିଛି ବନ ବିଭାଗ । ଶିକାରୀ ପାଖରୁ 4କେଜିର ସମ୍ବର ମାଂସ ଜବତ ହୋଇଛି। ସମ୍ବରଟିକୁ ଶିମିଳିପାଳ ଅଭୟାରଣ୍ୟରୁ ଶିକାର କରି ମାରିଥିବା ଅନୁମାନ କରିଛି ବନବାଭାଗ ।

ଏହି ଚଢାଉରେ ରେଞ୍ଜର ଅରୁଣ କୁମାର ବେହେରାଙ୍କ ନେତୃତ୍ବରେ ଫରେଷ୍ଟର ଶୋଭାକର ସିଂ, ଫରେଷ୍ଟ ଗାର୍ଡ ସୋମ୍ୟାସୁଚରିତା ମହାପାତ୍ର ଓ ବନ କର୍ମଚାରୀ ସାମିଲ ଥିଲେ l ଏହି ସମ୍ବର ଶିକାରରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ବାବଦରେ ବନବିଭାଗ ତଦନ୍ତ ଜାରି ରଖିଛି l ଶିକାରୀ ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.