ETV Bharat / state

ଗୋଷ୍ଠୀ ସଂକ୍ରମଣ ଭୟରେ 50 ଘଣ୍ଟା ସଟଡାଉନ ବଡମଣଦା ଗ୍ରାମପଞ୍ଚାୟତ - ଗୋଷ୍ଠୀ ସଂକ୍ରମଣ ଭୟ

ଗୋଷ୍ଠୀ ସଂକ୍ରମଣ ଭୟରେ 50 ଘଣ୍ଟା ପାଇଁ ସଟଡାଉନ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବଡମଣଦା ଗ୍ରାମପଞ୍ଚାୟତ । ବିଶୋଇ ବ୍ଲକରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏ ଅଞ୍ଚଳରେ 6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

50-hours shutdown Bisoi block for the fear of group infections
ଗୋଷ୍ଠୀ ସଂକ୍ରମଣ ଭୟରେ 50 ଘଣ୍ଟା ସଟଡାଉନ ବଡମଣଦା ଗ୍ରାମପଞ୍ଚାୟତ
author img

By

Published : Jul 7, 2020, 2:04 PM IST

ରାଇରଙ୍ଗପୁର: ଗୋଷ୍ଠୀ ସଂକ୍ରମଣ ଭୟରେ 50 ଘଣ୍ଟା ପାଇଁ ସଟଡାଉନ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବଡମଣଦା ଗ୍ରାମପଞ୍ଚାୟତ । ବିଶୋଇ ବ୍ଲକରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଏ ଅଞ୍ଚଳରେ 6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 2 ଜଣ କ୍ବାରେନଣ୍ଟାଇନ ସେଣ୍ଟରର ଥିବାବେଳେ 4 ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ଗତ 10 ଦିନ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି 4 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବାବେଳେ ତାଙ୍କ ସଂସ୍ପର୍ଶରେ ୧୬ ଜଣ ଆସିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ଆକ୍ରାନ୍ତଙ୍କୁ ବାରିପଦା ବାଙ୍କିଶୋଳସ୍ଥିତ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଗୋଷ୍ଠୀ ସଂକ୍ରମଣକୁ ଆଶଙ୍କା କରି ବଡମଣଦା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ସାବିତ୍ରୀ ନାଏକ ସ୍ଥାନୀୟ ପ୍ରଶାସନ ସହ ସବିଶେଷ ଆଲୋଚନା କରିଥିଲେ । ଏହା ପରେ ସୋମବାର ସନ୍ଧ୍ୟା 5ଟାରୁ ବୁଧବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଧାନଗର ଗ୍ରାମ ସମେତ ୱାର୍ଡ ନଂ ୮ ଓ ୱାର୍ଡ ନଂ ୯କୁ ୫୦ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ମ ନଜର ରଖିଥିବାବେଳେ ସଟଡ଼ାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ରହିଛି ।

ତେବେ ଏହି ସମୟରେ ଜରୁରୀ ନଥିଲେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇ ସଟଡାଉନ୍ ଘୋଷଣା କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.