ETV Bharat / state

ମୟୂରଭଞ୍ଜରେ ଚିହ୍ନଟ 22 ପଜିଟିଭଙ୍କ ତାଲିକାରେ 3 କୋଭିଡ ଯୋଦ୍ଧା ସାମିଲ

ମୟୂରଭଞ୍ଜ ଜିଲ୍ଲାରେ ରବିବାର ପୁଣି ୨୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୨ରେ ପହଞ୍ଚିଛି । ସେଥିମଧ୍ୟରୁ ୪୦୬ ଜଣ ସୁସ୍ଥ ହୋଇଥିବାବେଳେ ୧୪୬ ଜଣଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ଅଧିକ ପଢନ୍ତୁ...

22 news corona positive identified in mayurbhanj
ମୟୂରଭଞ୍ଜରେ ଚିହ୍ନଟ 22 ପଜିଟିଭଙ୍କ ତାଲିକାରେ 3 କୋଭିଡ ଯୋଦ୍ଧା ସାମିଲ
author img

By

Published : Jul 26, 2020, 8:17 PM IST

Updated : Jul 26, 2020, 8:57 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ରବିବାର ପୁଣି 22 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 552ରେ ପହଞ୍ଚିଛି । ଟ୍ବିଟ୍ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରବିବାର ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ୮ ଜଣ କ୍ବାରେନଣ୍ଟାଇନ ସେଣ୍ଟରର, ୧୨ ଜଣ ସ୍ଥାନୀୟ ଅଞ୍ଚଳରୁ ଏବଂ ତିନି ଜଣ କୋଭିଡ ଯୋଦ୍ଧା ଅଛନ୍ତି । ବାଙ୍ଗରିପୋଷି, ଜି ବି ନଗର, ଖୁଣ୍ଟା, ବାରିପଦା, ଉଦଳା, ବେତନଟୀ ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଥିବାବେଳେ କୁଳିଅଣା ବ୍ଲକରୁ 2 ଜଣ, ରାଇରଙ୍ଗପୁର, ଉଦଳା ବ୍ଲକରୁ 4 ଜଣ ଲେଖାଏଁ, କୁସୁମୀ ବ୍ଲକରୁ ୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜରେ ଚିହ୍ନଟ 22 ପଜିଟିଭଙ୍କ ତାଲିକାରେ 3 କୋଭିଡ ଯୋଦ୍ଧା ସାମିଲ

ଚିହ୍ନଟଙ୍କ ମଧ୍ୟରୁ କର୍ଣ୍ଣାଟକରୁ 6 ଜଣ, ଗୁଜୁରାଟରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୨୨ ଜଣଙ୍କୁ ବାଙ୍କିସୋଲସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ପ୍ରକାଶ ଥାଉ କି, ମୟୂରଭଞ୍ଜରେ 552 ପଜିଟିଭଙ୍କ ମଧ୍ୟରୁ 406 ଜଣ ସୁସ୍ଥ ହୋଇଛନ୍ତି । 146 ଆକ୍ରାନ୍ତଙ୍କ ଚିକିତ୍ସା ଏବେ ବି ଜାରି ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jul 26, 2020, 8:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.