ETV Bharat / state

ବହଳଦା ରେଞ୍ଜରେ ୧୪ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

author img

By

Published : Aug 11, 2020, 4:32 PM IST

ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନାହିଁ ହାତୀ ଉତ୍ପାତ । ୧୪ ଟିକିଆ ଝାଡଖଣ୍ଡି ହାତୀପଲ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରିଛନ୍ତି । ସେପଟେ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି। ଅଧିକ ପଢନ୍ତୁ...

ବହଳଦା ରେଞ୍ଜରେ ୧୪ ଟିକିଆ ହାତୀପଲର ଉତ୍ପାତ,ବ୍ୟାପକ ଫସଲ ନଷ୍ଟ

ରାଇରଙ୍ଗପୁର: ହାତୀ ଉତ୍ପାତ। ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନାହିଁ ହାତୀ ଆତଙ୍କ। ୧୪ ଟିକିଆ ଝାଡଖଣ୍ଡି ହାତୀପଲ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରିଛନ୍ତି ।

ରାଇରଙ୍ଗପୁର ବନଖଣ୍ଡ ବହଳଦା ରେଞ୍ଜ ଅନ୍ତର୍ଗତ ଚାଙ୍ଗୁଆ ଓ ସାନ ଭୁଣ୍ଡୁ ଗ୍ରାମରେ ୧୪ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ସାନଭୁଣ୍ଡୁ ଗ୍ରାମରେ ବ୍ୟାପକ ପନିପରିବା ଚାଷ ଖାଇ ଦଳିଚକଟି ନଷ୍ଟ କରିଥିବାବେଳେ ଚାଙ୍ଗୁଆ ଗ୍ରାମରେ ମଧ୍ୟ ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଛନ୍ତି। ଫଳରେ ଧାରକରଜ ହୋଇ ଚାଷ କରି ପରିବାର ଚଳାଉଥିବା ଚାଷୀ ଏବେ ସରକାରୀ ସହାୟତା ଅପେକ୍ଷାରେ ।

ସେପଟେ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି। ତେବେ ବର୍ତ୍ତମାନ ୧୪ ଟିକିଆ ହାତୀପଲ ଚାଙ୍ଗୁଆଁ ଓ ମାଙ୍କଡିଘାଟି ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.