ETV Bharat / state

ହାଣ୍ଡିଆ ବିକ୍ରି କରି ପରିବାର ପୋଷୁଛି ସପ୍ତମ ଶ୍ରେଣୀର ଝିଅ - ହାଣ୍ଡିଆ ବିକ୍ରି

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡୁରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଛାତିଥରା ଘଟଣା। ପରିବାର ଚଳାଇବାକୁ ନାବାଳିକା ଛାତ୍ରୀ ରାସ୍ତା କଡରେ ବିକୁଛି ହାଣ୍ଡିଆ । ଅଧିକ ଖବର ପଢନ୍ତୁ...

ହାଣ୍ଡିଆ ବିକ୍ରି କରି ପରିବାର ଚଳଉଛି ସପ୍ତମ ଶ୍ରେଣୀର ଛାତ୍ରୀ

author img

By

Published : Jul 28, 2020, 1:30 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡୁରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଛାତିଥରା ଘଟଣା। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏହାହିଁ ସତ। ପରିବାର ଚଳାଇବାକୁ ନାବାଳିକା ଛାତ୍ରୀ ରାସ୍ତା କଡରେ ବିକୁଛି ହାଣ୍ଡିଆ । ଏତିକିରେ ସରିନି ଏହି କଅଁଳ ଶିଶୁର କାହାଣୀ ।

ଘରର ମୁରବୀ ଅର୍ଥାତ ଶିଶୁର ବାପା ଦୀର୍ଘ ପାଞ୍ଚ ଛଅ ମାସ ଧରି ଯକ୍ଷ୍ମା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଥିଲେ। ହେଲେ ଗତ ରବିବାର ତାଙ୍କର ମୃତ୍ୟୁ ପରେ ଏହି ଅଭାବୀ ପରିବାର ଉପରକୁ ମାଡିଆସିଲା ଦୁଃଖର କଳା ବାଦଲ । ଆଉ ଏବେ କୋରୋନା ସାଜିଛି କାଳ । ସରକାରୀ କଟକଣା ଯୋଗୁଁ ମାଆ କାମ କରିବାକୁ କୌଣସି ସ୍ଥାନ ଯାଇପାରୁନାହାଁନ୍ତି ।

ଯାହା ଟଙ୍କା ପଇସା ଥିଲା ବାପାଙ୍କ ଚିକିତ୍ସା ଖର୍ଚ୍ଚରେ ସରି ଯାଇଥିଲା । ଭୋକ ଶୋଷରେ ଦିନ କାଟୁଥିବା ଏହି ପରିବାର ପାଇଁ ଅନ୍ୟ କାହା ପାଖରୁ ସହଯୋଗ ସାହାଯ୍ୟ ମଧ୍ୟ ପାଇନଥିଲେ। ଶେଷରେ 13 ବର୍ଷୀୟ ନାବାଳିକା ମୁଣ୍ଡାଇଥିଲା ପରିବାର ପ୍ରତିପୋଷଣର ଦାୟିତ୍ବ ।

ହାଣ୍ଡିଆ ବିକ୍ରି କରି ପରିବାର ଚଳଉଛି ସପ୍ତମ ଶ୍ରେଣୀର ଛାତ୍ରୀ

ସପ୍ତମ ଶ୍ରେଣୀର ପଢୁଥିବା ଏହି ନାବାଳିକା କୌଣସି ପନ୍ଥା ନପାଇ ହାଣ୍ଡିଆ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ରାସ୍ତା କଡ଼ରେ ହାଣ୍ଡିଆ ବିକିବା ଦୃଶ୍ୟ ସାମ୍ନାକୁ ଆସିଛି । ହାଣ୍ଡିଆ ବିକ୍ରି କରି ଯାହା ପଇସା ଆସୁଥିଲା ସେଥିରୁ ରୋଗାଗ୍ରସ୍ତ ବାପାଙ୍କ ଚିକିତ୍ସା ସହିତ ମାଆ, ସାନଭାଇ ଓ ସେ ସେଥିରୁ ଚଳୁଥିଲେ। ନିଜେ ଭଲ ଭାବରେ ପାଠ ପଢି ନପାରି ସାନଭାଇକୁ ନିଜେ ପଢାଉଥିଲେ।

ଦୁଃଖ କଷ୍ଟରେ ପରିବାର ଚଳୁଥିଲା ବେଳେ କିନ୍ତୁ ଭଗବାନଙ୍କ କିଛି ଅଲଗା ଇଚ୍ଛା ଥିଲା। ଶେଷରେ ଗତ ରବିବାର ରାତିରେ ଶଯ୍ୟାଶାୟୀ ଅବସ୍ଥାରେ ବାପା ଚନ୍ଦ୍ର ସୋରେନ ଦେହତ୍ୟାଗ କରିଥିଲେ। ଖେଳକୁଦ, ପାଠସାଠ ପଢିବା ବୟସରେ କୁନି ଝିଅଟି ରାସ୍ତା କଡ଼ରେ ହାଣ୍ଡିଆ ବିକି ଘର ଚଳାଉଛି। ଯାହା ସ୍ଥାନୀୟ ଲୋକଙ୍କ ସହ ଅନେକଙ୍କ ମନରେ ଆଘାତ ସୃଷ୍ଟି କରିଛି ।

ଏଠାରେ ବଡ଼ ପ୍ରଶ୍ନ ଉଠୁଛି ଯେ, ରାସ୍ତା କଡ଼ରେ ସପ୍ତମ ଶ୍ରେଣୀର ଛାତ୍ରୀ ଟିଏ ବସି ହାଣ୍ଡିଆ ବିକ୍ରି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ, ସରପଞ୍ଚ, ପିଏସ ମେମ୍ବର, ତଥା ଲୋକପ୍ରତିନିଧି କାହାରି ନଜର ପଡିପାରୁନି କେମିତି? ଯାହାକି ଅଞ୍ଚଳ ପାଇଁ ଲଜ୍ଜାଜନକ ବିଷୟ ପାଲଟିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.