ETV Bharat / state

ଜଳପ୍ରପାତର ମଜା ନେବା ବେଳେ ପିଟି ହେଲା ମୁଣ୍ଡ, ଦେଖନ୍ତୁ ଲୋମହର୍ଷଣକାରୀ ଭିଡିଓ - ଜଳପ୍ରପାତରେ ଗାଧୋଇବା ବେଳେ ପିଟି ହେଲା ମୁଣ୍ଡ

କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ଜଳ ପ୍ରପାତରେ ଅଘଟଣ । ଏଠାରେ ଜଣେ ଯୁବକ ଗାଧୋଇବାକୁ ଯାଇ ପଥରରେ ପିଟି ହେଲା ମୁଣ୍ଡ । ଯୁବକ ମୃତ । ଅଧିକ ପଢନ୍ତୁ...

ଜଳପ୍ରପାତରେ ଗାଧୋଇବା ବେଳେ ପିଟି ହେଲା ମୁଣ୍ଡ, ଯୁବକ ମୃତ

author img

By

Published : Feb 16, 2021, 2:08 PM IST

ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ଜଳ ପ୍ରପାତରେ ଅଘଟଣ । ଏଠାରେ ଜଣେ ଯୁବକ ଗାଧୋଇବାକୁ ଯାଇ ପ୍ରାଣ ହରାଇଥିବା ଜଣାପଡିଛି । ଯୁବକ ଜଣକ ଗମ୍ପାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍.ପି.ଭି ୨୬ ଗ୍ରାମର ବିଜୁ ମଣ୍ଡଳ ।

ଜଳପ୍ରପାତରେ ଗାଧୋଇବା ବେଳେ ପିଟି ହେଲା ମୁଣ୍ଡ, ଯୁବକ ମୃତ

ସୂଚନା ଅନୁସାରେ ବିଜୁ ତାଙ୍କ ବନ୍ଧୁମାନଙ୍କ ସହ ବେହେରାଗୁଡା ୱାଟର ଫଲରେ ବୁଲିବାକୁ ଯାଇଥିଲେ । ସେଠାରେ ଜଳପ୍ରପାତ ମଧ୍ୟରେ ଗାଧୋଇବା ସହ ଖେଳୁଥିବା ବେଳେ ହଠାତ ପାଣିରେ ଖସି ଯାଇ ପଥରରେ ତାଙ୍କ ମୁଣ୍ଡ ବାଡେଇ ହୋଇ ଯାଇଥିଲା । ଏହା ଦେଖି ତୁରନ୍ତ ବନ୍ଧୁମାନେ ବିଜୁକୁ ଉଦ୍ଧାର କରି ପ୍ରଥମେ ଏମ୍.ଭି ୨୧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ସେ ଗୁରୁତର ଥିବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ସେଠାରୁ ପୁଣି କୋରାପୁଟ ନେବା ବାଟରେ ମାଥିଲିରେ ସେ ପ୍ରାଣ ହରାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଲହରୀ ଖେଳିଯାଇଛି ।

ମାଲକାନିଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.