ମାଲକାନଗିରି: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ଏହି ସଭାରେ ଜିଲ୍ଲାପାଳ ୱାଇ ବିଜୟ, ପ୍ରକଳ୍ପ ଅଧିକାରୀ ବାଳମୁକୁନ୍ଦ ଭୂୟାଁ, ଉପ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଭାଷଣ ପ୍ରଦାନ କରିଥିଲେ।
ଜିଲ୍ଲାରେ ମହିଳାମାନଙ୍କ କ୍ଷେତ୍ରରେ ଭଲ କାମ କରିଥିବା ଅଙ୍ଗନୱାଡି ଦିଦି, ସୁପରଭାଇଜର, ସ୍ବାବଲମ୍ବୀ ସ୍ବୟଂ ସହାୟକ ଗୋଷ୍ଠୀ ଓ ଆତ୍ମନିର୍ଭରଶୀଳ ହୋଇଥିବା କିଛି ମହିଳାଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ