ETV Bharat / state

ମୃତ୍ୟୁ ପରେ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ, ପିପିଇ କିଟ୍ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ - ମାଲକାନଗିରି ଖବର

କୋଭିଡ-୧୯ ମହାମାରୀ ସମୟରେ ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁରେ ଆଜି ପୂର୍ବାହ୍ନରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । କୋରୋନା ପଜିଟିଭ ନଥାଇ ମଧ୍ୟ ମୃତକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆସିନଥିଲେ ଆତ୍ମୀୟ । ଫଳରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପିପିଇ କିଟ୍ ପିନ୍ଧି ମୃତସ୍ବାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ। ଅଧିକ ପଢନ୍ତୁ...

ମୃତ୍ୟୁ ପରେ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ, ପିପିଇ କିଟ୍ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ

author img

By

Published : Aug 20, 2020, 8:49 PM IST

ମାଲକାନଗିରି: କୋଭିଡ-୧୯ ମହାମାରୀ ସମୟରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ହୃଦୟ ବିଦାରକ ଦୃଶ୍ୟ । ଜଣେ ସରକାରୀ କର୍ମଚାରୀଙ୍କ ମୃତଦେହକୁ ମୁଖାଗ୍ନି ଦେଇଛନ୍ତି ତାଙ୍କର ପତ୍ନୀ । ଯଦିଓ ମୃତ ସରକାରୀ କର୍ମଚାରୀ ଜଣକ କୋରୋନା ପଜିଟିଭ ନଥିଲେ ତଥାପି କୋରୋନା ଭୟରେ ଆତ୍ମୀୟ ତାଙ୍କ ପାଖ ମାଡିନଥିଲେ । ଫଳରେ ବାଧ୍ୟରେ ପିପିଇ କିଟ୍ ପିନ୍ଧି କୋଭିଡ ଗାଇଡଲାଇନ ଅନୁସାରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମୃତ ସ୍ବାମୀଙ୍କୁ ମୁଖାଗ୍ନି ଦେଇଥିଲେ ସ୍ତ୍ରୀ ପୁଷ୍ପା ନାୟକ ।

ସୂଚନାନୁସାରେ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗାଁର କୃଷ୍ଣ ନାୟକ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର କୋରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ କୃଷ୍ଣ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଡାକ୍ତର ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥାନାନ୍ତରଣ କରିଥିଲେ । ମାତ୍ର ଏକ ଆମ୍ବୁଲାନ୍ସରେ ବିଶାଖାପାଟଣା ଯିବା ସମୟରେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ଘଟଥିଲା । ଫଳରେ ଅଧାରାସ୍ତାରୁ କୃଷ୍ଣଙ୍କୁ ଘରକୁ ଅଣାଯାଇଥିଲା ।

ମୃତ୍ୟୁ ପରେ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ, ପିପିଇ କିଟ୍ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ

ବର୍ତ୍ତମାନ କୋରୋନା ଭାଇରସ ସମଗ୍ର ବିଶ୍ବରେ ମାଡି ଚାଲିଥିବାରୁ ସତର୍କତା ଦୃଷ୍ଟିରୁ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ କୋଭିଡ-୧୯ ଗାଇଡ଼ଲାଇନ ମାନି ମୃତ କୃଷ୍ଣଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । ତାଙ୍କ ସ୍ତ୍ରୀ ମୃତଦେହକୁ ମୁଖାଗ୍ନି ଦେଇଥିଲେ । ଅନ୍ତ୍ୟେଷ୍ଟିକ୍ରିୟାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ବ୍ଲକ ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସହ ଶିକ୍ଷକ ବନ୍ଧୁମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, କୃଷ୍ଣ ନାୟକ କୋରାପୁଟ ଜିଲ୍ଲା ଜୟପୁରରେ ରହୁଥିଲେ । ସେ ବୋରିଗୁମା ଓ ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ବରେ ଥିଲେ । ନିକଟରେ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କର ୪ ଜଣ ଝିଅ ଥିବା ସୂଚନା ରହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.