ETV Bharat / state

ଆବାସ ଯୋଜନାରେ ଅନିୟମିତତା, 6 ଘଣ୍ଟାରେ 6 ଜଣଙ୍କୁ ତାଲା ପକାଇଲେ ଗ୍ରାମବାସୀ - ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମସ୍ୟା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ଯ ହିତାଧିକାରୀଙ୍କୁ ସାମିଲ କରାଯାଇନାହିଁ । ଏହାକୁ ନେଇ ଉତ୍ତେଜିତ ଗ୍ରାମବାସୀ ସରପଞ୍ଚଙ୍କ ସମେତ 6 ଜଣଙ୍କୁ ତାଲା ପକାଇଛନ୍ତି । ଅଧିକ ପଢନ୍ତୁ

pm awas yojana issue in malkangiri
ହିତାଧିକାରୀଙ୍କୁ ମିଳିନି ଆବାସ, 6 ଜଣଙ୍କୁ ତାଲା ପକାଇଲେ ଗ୍ରାମବାସୀ
author img

By

Published : Jan 31, 2023, 10:19 AM IST

Updated : Jan 31, 2023, 12:55 PM IST

ଆବାସ ଯୋଜନାରେ ଅନିୟମିତତା, 6 ଘଣ୍ଟାରେ 6 ଜଣଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମାଲକାନାଗିରି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା । ଯୋଗ୍ଯ ହିତାଧିକାରୀଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ । ଏହାକୁ ନେଇ ଉତ୍ତେଜିତ ଗ୍ରାମବାସୀ ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚଙ୍କ ସମେତ 6 ଜଣଙ୍କୁ ପଞ୍ଚାୟତ ଅଫିସରେ ତାଲା ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ ଅନିୟମିତତା ଅଭିଯୋଗରେ ମାଲକାନଗିରି ଗୌଡ ପଞ୍ଚାୟତ କାର୍ଯ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଆବାସ ଯୋଜନା ହିତାଧିକାରୀ ତାଲିକା ସଂଶୋଧନକୁ ନେଇ ଏବେ ବିଭିନ୍ନ ମହଲରେ ବିରୋଧ ହେବାରେ ଲାଗିଛି । ହିତାଧିକାରୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି । ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମପଞ୍ଚାୟତରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ସୁଚନାଅନୁଯାୟୀ ଏହି ପଞ୍ଚାୟତରେ ସମୁଦାୟ ୪୨୮ ଜଣଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ ହୋଇଥିଲା । ଗତ ଏକ ସପ୍ତାହ ଧରି ଅଭିଯୋଗ ସମୟ ସୀମା ମଧ୍ୟରେ ୪୮ଜଣ ହିତାଧିକାରୀଙ୍କ ନାମରେ ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ଗ୍ରାମସଭାରେ ସର୍ବ ସାଧାରଣଙ୍କ ଅବଗତି ପାଇଁ ଘୋଷଣା କରା ଯାଉଥିବା ସମୟରେ ଗ୍ରାମବାସୀ ଏହାର ବିରୋଧ କରିଥିଲେ । କିଛି ଗ୍ରାମବାସୀଙ୍କ କହିବା ଅନୁସାରେ ଅନେକ ଯୋଗ୍ୟ ହିତାଧିକାରୀ ରହିଛନ୍ତି ସେମାନଙ୍କୁ ଆବାସ ତାଲିକାରେ ସାମିଲ କରାଯାଇନାହିଁ । ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ କିପରି ବାଦ ଦିଆଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ଦିଗରେ ଏପରି କିଛି ଅତି ଗରିବ ପରିବାର ରହିଛନ୍ତି ପ୍ରକୃତରେ ସେମାନେ ପକ୍କା ଗୃହ ପାଇବାର ଯୋଗ୍ୟ କିନ୍ତୁ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇ ପାରିନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ଗ୍ରାମସଭା ପୂର୍ବରୁ ସଂକଳ୍ପ ଖାତାରେ ଦସ୍ତଖତ କରାଇ ଦିଆ ଯାଇଥିଲା । ପ୍ରକୃତରେ ଗ୍ରାମସଭା ସରିବା ପରେ ସମସ୍ତ ବିଷୟ ଲେଖା ଯାଇ ସେଥିରେ ଉପସ୍ଥିତ ଗ୍ରାମବାସୀଙ୍କ ଦସ୍ତଖତ ହେବା କଥା, କିନ୍ତୁ ଏପରି ନ ହୋଇ ଖାଲି ସ୍ଥାନରେ ନିରୀହ ଜନତାଙ୍କ ଦସ୍ତଖସ୍ତ କରାଇ ଗ୍ରାମସଭା ସରିଲା ପରେ କାର୍ଯ୍ୟାଳୟ ଭିତରେ ସଂକଳ୍ପ ଲେଖା ଯିବ ବୋଲି କହିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ତେଜିତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ ।

ଏଥିରେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ସରପଞ୍ଜ ପାଣ୍ଡ୍ରି ପଡିଆମି, ନାଏବ ସରପଞ୍ଜ ସୁବାଷ ବିଶ୍ୱାସ, ୱାର୍ଡ ମେମ୍ବର ବିଶ୍ୱଜିତ ବିଶ୍ୱାସ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜୀ, ଗ୍ରାମ ରୋଜଗାର ସେବକ ଜଗଦିଶ ବିଶ୍ୱାସଙ୍କୁ ଗ୍ରାମବାସୀ ପ୍ରାୟ ଛଆ ଘଣ୍ଟାରୁ ଅଧିକ ସମୟ ଧରି ତାଲା ପକାଇ ରଖିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ପୁନର୍ବାର ତଦନ୍ତ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶୃତି ଦେବାପରେ ଗ୍ରାମବାସୀ ତାଲା ଖୋଲିଥିଲେ ।

ଇଟିଭି ଭାରତ, ମାଲକାନଗିରି

Last Updated : Jan 31, 2023, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.