ETV Bharat / state

ବଡ଼ିଲିଗୁଡା ନିକଟରେ ଓଲଟିଲା ପିକଅପ ଭ୍ୟାନ, ୨ ମୃତ ଜଣେ ଗୁରୁତର - ବଡ଼ିଲିଗୁଡା ନିକଟରେ ଓଲଟିଲା ପିକଅପ ଭ୍ୟାନ

ବଡ଼ିଲିଗୁଡା ନିକଟରେ ଓଲଟିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ବଡ଼ିଲିଗୁଡା ନିକଟରେ ଓଲଟିଲା ପିକଅପ ଭ୍ୟାନ, ୨ ମୃତ ଜଣେ ଗୁରୁତର

author img

By

Published : Apr 29, 2022, 9:59 PM IST

ମାଲକାନଗିରି: ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ବଡ଼ିଲିଗୁଡା ଗ୍ରାମ ନିକଟରେ ଏକ ଓଲଟିଲା କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଆଜି(ଶୁକ୍ରବାର) ମଧ୍ୟାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ବଡ଼ିଲିଗୁଡା ନିକଟରେ ଓଲଟିଲା ପିକଅପ ଭ୍ୟାନ, ୨ ମୃତ ଜଣେ ଗୁରୁତର

କେନ୍ଦୁପତ୍ର ଅନଲୋଡ଼ କରି ଫେରୁଥିବା ସମୟରେ ଏକ ବାଇକକୁ ସାଇଡ୍‌ ଦେବା ସମୟରେ ପିକଅପ୍‌ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପିକଅପ ଭ୍ୟାନରେ ମୋଟ୍‌ 7 ଜଣ ଥିଲେ । ଚିକିତ୍ସା ପାଇଁ କାଲିମେଳା ହସ୍ପିଟାଲରେ ଭର୍ତ୍ତି କରିବା ପରେ ଗୁରୁତର 3 ଜଣଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ଅବସ୍ଥାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦୁଇଜଣ ହେଲେ ସେନାସିସ ବୈଦ ଓ କିଶୋର ଢାଲି । ଗୁରୁତର ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.