ETV Bharat / state

କଇଁଛ ଚୋରାଚାଲାଣ ଉଦ୍ୟମ ପଣ୍ଡ, 100ରୁ ଊର୍ଦ୍ଧ୍ବ କଇଁଛ ଉଦ୍ଧାର

କଇଁଛ ଚୋରାଚାଲାଣ ରୋକିବାରେ ବନ ବିଭାଗକୁ ବଡ ସଫଳତା । ମାଲକାନଗିରିରୁ ଶହେରୁ ଊର୍ଦ୍ଧ୍ବ କଇଁଛ ଉଦ୍ଧାର । ଅଧିକ ପଢନ୍ତୁ

author img

By

Published : Aug 24, 2022, 10:26 AM IST

Tortoise seized by the Forest Department in malakangiri
ବନ ବିଭାଗ ପକ୍ଷରୁ କୋଡିଏ ବସ୍ତା କଇଁଛ ଜବତ

ମାଲକାନଗିରି: କଇଁଛ ଚୋରାଚାଲାଣ ରୋକିବାରେ ବନ ବିଭାଗକୁ ବଡ ସଫଳତା । ପ୍ରାୟ 100ରୁ ଊର୍ଦ୍ଧ୍ବ କଇଁଛ ବସ୍ତାରେ ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ବନବିଭାଗ । ମାଲକାନଗିରି ଜିଲ୍ଲା MV-65 ଗାଁରେ ଏତେ ପରିମାଣରେ କଇଁଛ ଉଦ୍ଧାର କରିବାରେ ବନ ବିଭାଗ ସଫଳ ହୋଇଛି ।

ବନ ବିଭାଗ ପକ୍ଷରୁ କୋଡିଏ ବସ୍ତା କଇଁଛ ଜବତ

ସୂଚନା ଅନୁସାରେ, କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଶିଵା ନନ୍ଦ ଲେଙ୍କା, ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର ସ୍ୱାଇଁ, ଷ୍ଟାପ ଜୟନ୍ତ କୁମାର ନାୟକ ଓ ସୁରଜ ଦାସଙ୍କୁ ନେଇ ଏକ ଚାରି ଜଣିଆ ଟିମ ସୋମବାର ରାତି ତିନିଟା ସମୟରୁ ଦୀର୍ଘ ଛଅ ଘଣ୍ଟା ପରିଶ୍ରମ କରି ବସ୍ତା ମଧ୍ୟରେ ଭରା କୋଡିଏ ବସ୍ତା କଇଁଛ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏଥିରେ ଏକ ଶହରୁ ଊର୍ଦ୍ଧ୍ବ କଇଁଛ ଥିବା ଅନୁମାନ କରାଯାଇଛି ।

ତେବେ ଚଢ଼ାଉବେଳେ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି । ବସ୍ତା ଗୁଡିକୁ ଏକ ଗାଡି କରି କାଲିମେଳା ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟକୁ ଆଣିଥିଲେ । ଏନେଇ ବସ୍ତା ଗୁଡିକ ଖୋଲା ଯିବାରୁ ଏଥି ମଧ୍ୟରେ ଅନେକ ମରି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସମସ୍ତ ବସ୍ତା ଖୋଲା ଗଲା ପରେ କେତେକ ବଞ୍ଚିବା ସହିତ କେତେ ମରିଛନ୍ତି ତାହା ଆକଳନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି l

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.