ETV Bharat / state

70th Zilla Parisad Meeting: ଦୁର୍ବଳତା ଲୁଚାଇଲେ ବିଜେଡି ବିଧାୟକ ! ହୋହାଲ୍ଲାରେ ସରିଲା ବୈଠକ

author img

By

Published : Jan 26, 2023, 7:09 PM IST

ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୭୦ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିବାକୁ ଉଦ୍ୟମ କରୁଥିବା ବେଳେ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ତାଙ୍କ ରାସ୍ତା ରୋକିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

70th Zilla Parisad Meeting
70th Zilla Parisad Meeting
70th Zilla Parisad Meeting

ମାଲକାନଗିରି: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଗତକାଲି (ବୁଧବାର) ୭୦ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ କିପରି ପାନୀୟ ଜଳର ବ୍ୟବସ୍ଥା ରହିଛି ସେନେଇ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ ଏବଂ ସଭ୍ୟା ସୁନିତା ଖିଲ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ବିଜେଡିର ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ସେମାନଙ୍କୁ ଅଟକାଇ ନିଜର ମତ ରଖିଥିବା କଂଗ୍ରେସର ସଭ୍ୟସଭ୍ୟାମାନେ ଅଭିଯୋଗ କରିଛନ୍ତି । ଏହାପରେ ବୈଠକ ବେଳେ ହୋହାଲ୍ଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସ୍ବାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନଙ୍କ କଥାକୁ ନଶୁଣି ବିଧାୟକ ଅନ୍ୟ କଥା ଆଲୋଚନା କରୁଥିଲେ ବୋଲି ଅଭିଯୋଗ ହୋଇଛି । ବହୁ ବିଭାଗର ବିଷୟରେ ଆଲୋଚନା କରାଯାଇପାରିନଥିଲା ବୋଲି ଅଭିଯୋଗ ହୋଇଛି । ବିଶେଷ କରି ଅଙ୍ଗନବାଡି ଉପରେ ଆଲୋଚନା ହେବା କଥା । ବୈଠକକୁ ଅତି କମ୍ ସମୟ ମଧ୍ୟରେ ସାରି ଦିଆଯାଉଥିଲା । ଆମ କଥାକୁ ନଶୁଣି ଲେଖିକି ଦେବାକୁ ବିଧାୟକ ବାରମ୍ବାର କହୁଥିଲେ । ଯଦି ବିଧାୟକ ଏହି ବୈଠକରେ ଏତେ କଥା କହୁଛନ୍ତି ତେବେ କାହିଁକି ସେ ବିଧାନସଭାରେ ଜିଲ୍ଲାର ବିକାଶ ନେଇ ପ୍ରଶ୍ନ କରୁନାହାନ୍ତି ବୋଲି କଂଗ୍ରେସର ସଭ୍ୟ ଓ ସଭ୍ୟମାନେ ପ୍ରଶ୍ନ କରଥିଲେ ।

ଏହା ବି ପଢନ୍ତୁ- ଆତ୍ମସମର୍ପଣ କଲେ ୩ ହାର୍ଡକୋର୍ ମାଓବାଦୀ, ସାମିଲ ଅଛନ୍ତି ମହିଳା କ୍ୟାଡର୍

ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଏନେଇ କୌଣସି ଉତ୍ତର ରଖିନାହାନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ, ଖଣ୍ଡୀୟ ବନାଧିକାରୀ ପ୍ରତାପ କୋଟାପାଲ୍ଲି ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଧାୟକ ବାକା ପ୍ରତ୍ୟେକ ୩ ମାସରେ ଏହି ବୈଠକକୁ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ କ୍ଷେତ୍ର ଗସ୍ତ କରିବା ପାଇଁ ମଧ୍ୟ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ଆଜିର ବୈଠକରେ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗମନାଗମନ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ନେଇ ସମୀକ୍ଷା କରାଯାଇଥିଲା । ଅଗ୍ରାଧିକାର ଭିତ୍ତିରେ ରାସ୍ତାଘାଟ କାମ ସାରିବାକୁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଚାଷୀମାନେ ସୁଲଭ ମୂଲ୍ୟରେ ଯେଉଁଭଳି ଭାବେ ମଣ୍ଡିରେ ଧାନ ବିକ୍ରୀ କରିପାରିବେ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲାର ଚିକିତ୍ସାଳୟ ଗୁଡ଼ିକୁ ୫ଟି ଭିତ୍ତିରେ ରୂପାନ୍ତରଣ କରିବାର ଯୋଜନା ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ଏହି ବୈଠକରେ ୭ଟି ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.