ETV Bharat / state

ଉପାନ୍ତ ଇଲାକାରେ ସମାଜସେବା, ପୁରସ୍କୃତ ହେଲେ ସମାଜସେବୀ

ଭଲ କାମ ପାଇଁ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଅଧ୍ୟାପକ  ଡକ୍ତର. ରଞ୍ଜନ କୁମାର ସ୍ୱାଇଁ । ଭାରତୀୟ ରେଡ଼କ୍ରସ ସୋସାଇଟି ପକ୍ଷରୁ ଏହି ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 22, 2019, 6:13 PM IST

ମାଲକାନଗିରି: ଭଲ କାମ ପାଇଁ ପୁରସ୍କୃତ ହେଲେ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଅଧ୍ୟାପକ ଡକ୍ତର. ରଞ୍ଜନ କୁମାର ସ୍ୱାଇଁ । ଶନିବାର ଭୁବନେଶ୍ୱର ରାଜଭବନର ଅଭିଶେକ ହଲରେ ଭାରତୀୟ ରେଡ଼କ୍ରସ ସୋସାଇଟି ଶାଖାର ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରଞ୍ଜନ କୁମାର ସ୍ୱାଇଁଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଛନ୍ତି ।

ବିଶେଷ କରି ଉପାନ୍ତ ଜିଲ୍ଲା ମାଲକାନଗିରିରେ ଡକ୍ଟର ସ୍ୱାଇଁ ଜଣେ ଅଧ୍ୟାପକ ଭାବେ ଯେତିକି ପରିଚିତ ତାହା ଠାରୁ ଜଣେ ସମାଜ ସେବୀ ଭାବେ ଅଧିକ ଜଣାଶୁଣା । ଜିଲ୍ଲା ରକ୍ତ ଭଣ୍ଡାରରେ ବୁନ୍ଦାଏ ରକ୍ତ ପାଇଁ ରୋଗୀ ହଇରାଣ ହେଉଥିବା ବେଳେ ଡକ୍ଟର ସ୍ୱାଇଁ ଏହା ପ୍ରତି ସ୍ୱର ଉଠାଇଥିଲେ ।

ଏହାସହ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଏବଂ ପ୍ରାକୃତିକ ଦୁର୍ବିପାକ ସମୟରେ ଆଗକୁ ଆସି ଛାତ୍ରଛାତ୍ରୀଙ୍କୁ ଧରି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଏହାଛଡା ଏଡ଼ସ ଭଳି ମାରାତ୍ମକ ରୋଗ ପାଇଁ ସଚେତନତା କରିବା ଏବଂ ଆଦିବାସୀ ପିଲାଙ୍କ ଭବିଷ୍ୟତ ପାଇଁ ଶିକ୍ଷାର ପ୍ରଚାର କରିବା ଭଳି ଅନେକ କାର୍ଯ୍ୟ ଉପାନ୍ତ ଜିଲ୍ଲାରେ ସେ କରିଛନ୍ତି ।

ଏହି ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:କଳାହାଣ୍ଡି ଗଛରୁ ଯୁବକ ର ଝୁଲନ୍ତା ମୃତ ଦେହ ଠାବ । ଜୟପାଟଣା ଥାନା ଅନ୍ତର୍ଗତ ଚିଲପଡା ଗାଁ ରେ ଥିବା ଏକ ଗଛ ଉପରେ ଯୁବକ ଙ୍କ ଝୁଲନ୍ତା ଶବ ଦେଖି ଲୋକେ ପୋଲିସ କୁ ସୁଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଯୁବକ ଜଣକ ହେଲେ ଜୟପାଟଣା ଥାନା ଚିର୍କା ଗାଁ ର ଅରୁଣ ରାଉତ।ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି ।Body:କଳାହାଣ୍ଡି ଗଛରୁ ଯୁବକ ର ଝୁଲନ୍ତା ମୃତ ଦେହ ଠାବ । ଜୟପାଟଣା ଥାନା ଅନ୍ତର୍ଗତ ଚିଲପଡା ଗାଁ ରେ ଥିବା ଏକ ଗଛ ଉପରେ ଯୁବକ ଙ୍କ ଝୁଲନ୍ତା ଶବ ଦେଖି ଲୋକେ ପୋଲିସ କୁ ସୁଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଯୁବକ ଜଣକ ହେଲେ ଜୟପାଟଣା ଥାନା ଚିର୍କା ଗାଁ ର ଅରୁଣ ରାଉତ।ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି ।Conclusion:କଳାହାଣ୍ଡି ଗଛରୁ ଯୁବକ ର ଝୁଲନ୍ତା ମୃତ ଦେହ ଠାବ । ଜୟପାଟଣା ଥାନା ଅନ୍ତର୍ଗତ ଚିଲପଡା ଗାଁ ରେ ଥିବା ଏକ ଗଛ ଉପରେ ଯୁବକ ଙ୍କ ଝୁଲନ୍ତା ଶବ ଦେଖି ଲୋକେ ପୋଲିସ କୁ ସୁଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଯୁବକ ଜଣକ ହେଲେ ଜୟପାଟଣା ଥାନା ଚିର୍କା ଗାଁ ର ଅରୁଣ ରାଉତ।ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.