ETV Bharat / state

ମାଲକାନଗିରିରେ ପୋଲିସ ଡିଜି, ଆତ୍ମସମର୍ପଣ କଲେ 50 ମାଓ ସମର୍ଥକ

author img

By

Published : Jun 2, 2022, 4:17 PM IST

Updated : Jun 2, 2022, 5:19 PM IST

ମାଲକାନଗିରି ଗସ୍ତରେ ଆସି ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ BSF କ୍ୟାମ୍ପ ପରିଦର୍ଶନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସ୍ବାଭିମାନ ଅଞ୍ଚଳରେ ମାଓଦମନର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଅଧିକ ପଢ଼ନ୍ତୁ

ମାଲକାନଗିରି ଗସ୍ତରେ ସ୍ବାଭିମାନ ଅଞ୍ଚଳ ବୁଲିଲେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ଗସ୍ତରେ ଆସି ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ BSF କ୍ୟାମ୍ପ ପରିଦର୍ଶନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସ୍ବାଭିମାନ ଅଞ୍ଚଳରେ ମାଓଦମନର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ସେଠାରେ ଦୁଇ ମହିଳାଙ୍କ ସମେତ ପ୍ରାୟ ୫୦ ଜଣ ମାଓବାଦୀ ଏବଂ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଏହାକୁ ନେଇ ପୋଲିସ ଡିଜି ସୁନୀଲ ବଂଶଲ ସୂଚନା ଦେଇଛନ୍ତି ।

ଯନ୍ତ୍ରୀରେ BSF କ୍ୟାମ୍ପ ସ୍ଥାପନ ହେବାପରେ ଏଠାରେ ମାଓବାଦୀଙ୍କ ଗଡ଼ ଭୁଷୁଡିଛି । ମାଓ ଦମନ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି । ମାଓବାଦୀ ହିଂସାର ବାଟ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଡିଜିପି । ଯନ୍ତ୍ରୀରୁ ଫେରି ମାଥିଲିରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଉଦ୍‌ଘାଟନ କରିଛନ୍ତି ଡିଜିପି ।

ଏହି ନୂତନ ଗୃହରେ ଜନସାଧାରଣଙ୍କ କାମରେ ଲାଗିବା ଭଳି ସମସ୍ତ ପ୍ରକାର ସୁବିଧା ରହିଛି । ଡିଜିପିଙ୍କ ଏହି ଗସ୍ତ ବେଳେ ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ, ମାଲକାନଗିରି SP ନୀତିଶ ଓ୍ବାଧଓ୍ବାନୀ, ବିଏସଏଫ କମାଣ୍ଡାଣ୍ଟ ଏସ୍‌ସି ବୁଦାକୋଟି ପ୍ରମୁଖ ଉପସ୍ଥିତ ଥିଲେ ।

Last Updated : Jun 2, 2022, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.