ETV Bharat / state

ସମବାୟ ସମିତିରେ ଅପହଞ୍ଚ ଅନଲାଇନ ସେବା, କେବେ ଆରମ୍ଭ ହେବ କାର୍ଯ୍ୟ - ମାଲକାନଗିରି ଖବର

ମାଓ ପ୍ରବଣ ଅଞ୍ଚଳରେ ସମସ୍ୟା ସୁଧାରିବା ପାଇଁ ନାନା ଯୋଜନା ଆପଣାଉଛନ୍ତି ସରକାର । ସରକାରଙ୍କ ତରଫରୁ ମାଓ ପ୍ରବଣ ଅଞ୍ଚଳର ବିକାଶ ପାଇଁ ଲ୍ୟାମ୍ପ ଓ ମିନି ବ୍ୟାଙ୍କରେ ଆରମ୍ଭ କରାଯାଇଥିଲା ଅନଲାଇନ ସେବା । କିନ୍ତୁ ତାହା ଲୋକଙ୍କ ପାଖରେ ଅପହଞ୍ଚ । ଦେଖନ୍ତୁ ଏହି ରିପୋର୍ଟ

ସମବାୟ ସମିତିରେ ଅପହଞ୍ଚ ଅନଲାଇନ ସେବା, କେବେ ଆରମ୍ଭ ହେବ କାର୍ଯ୍ୟ?

author img

By

Published : Jul 3, 2022, 4:50 PM IST

ମାଲକାନଗିରି: ମାଓ ପ୍ରବଣ ଅଞ୍ଚଳରେ ସମସ୍ୟା ସୁଧାରିବା ପାଇଁ ନାନା ଯୋଜନା ଆପଣାଉଛନ୍ତି ସରକାର । କିନ୍ତୁ ତାହା ଲୋକଙ୍କ ପାଖରେ ଅପହଞ୍ଚ । ସରକାରଙ୍କ ତରଫରୁ ମାଓ ପ୍ରବଣ ଅଞ୍ଚଳର ବିକାଶ ପାଇଁ ଲ୍ୟାମ୍ପ ଓ ମିନି ବ୍ୟାଙ୍କରେ ଆରମ୍ଭ କରାଯାଇଥିଲା ଅନଲାଇନ ସେବା । ଉପାନ୍ତ ଜିଲ୍ଲା ଗୁଡିକରେ ଏହି ସେବା ଯୋଗାଇ ଦେବାପାଇଁ ୨୦୧୪-୧୫ ମସିହାରେ କୋପରେଟିଭ ସୋସାଇଟି ପକ୍ଷରୁ ଲାପଟପ ଓ କମ୍ପ୍ୟୁଟର ସିଷ୍ଟମ ଦିଆଯାଇଥିଲା । ମାଲକାନଗିରି ଜିଲ୍ଲାର ସମସ୍ତ ସାତଟି କୋପରିଟିଭ ସୋସାଇଟିର ଲ୍ୟାମ୍ପ ଓ ମିନି ବ୍ୟାଙ୍କକୁ ଏହି କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲା । ଜିଲ୍ଲାର ମାଲକାନଗିରିର, ସିକପାଲି, ପଡିଆ, କାଲିମେଳା, କୋରକୁଣ୍ଡା,କୁୁଡୁୁୁମୁୁଲୁଗୁମା ,ବଣ୍ଡା ଲ୍ୟାମ୍ପ ଗୋବିନ୍ଦ ପାଲିରେ ଥିବା ସୋସାଇଟି ଗୁଡିକୁ ଦୁଇଟି ଲାପଟପ ଓ ଦୁଇଟି କମ୍ପ୍ୟୁଟର ସିଷ୍ଟମ ଦିଆଯିବା ସହ ପ୍ରତେକ ସୋସାଇଟିରେ ଦୁଇ ଦୁଇ ଜଣ ଡିଇଓ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ଏତେ ମାତ୍ରାରେ ସୁବିଧା ସୁଯୋଗ ଯୋଗାଇଦେବା ସତ୍ତ୍ବେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ଖାମଖିଆଲି ଯୋଗୁଁ ଅନଲାଇନରେ କାମ ଆରମ୍ଭ ହୋଇପାରିନାହିଁ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲ୍ୟାମ୍ପ ଉପଭୋକ୍ତା ଏବଂ କର୍ମଚାରୀ ।

ସମବାୟ ସମିତିରେ ଅପହଞ୍ଚ ଅନଲାଇନ ସେବା, କେବେ ଆରମ୍ଭ ହେବ କାର୍ଯ୍ୟ?

ଲ୍ୟାମ୍ପ ଓ ମିନିବ୍ୟାଙ୍କ ଗୁଡିକରେ ଅନଲାଇନ ପରିବର୍ତ୍ତେ ମାନୁଆଲରେ କାମ ଚାଲିଛି । ଡାଟାକୁ ପ୍ରଥମେ ରେଜିଷ୍ଟରରେ ଚଢାଇବାପରେ କମ୍ପ୍ୟୁଟରରେ ଡାଟା ଗଡିକୁ ଏକ୍ ସେଲ୍ ଫାଇଲ୍ କରି ହେଡ୍ ଅଫିସ୍ କୋରାପୁଟ ଜିଲ୍ଲା ଜୟପୁରରେ ନେଇ ଅନଲାଇନ୍ କରିବାକୁ ପଡିଥାଏ । ଯେଉଁ କାମ ସରଭର୍ ଲିଙ୍କରେ କରାଯାଇପାରିଥାନ୍ତା ସେହି କାମ ପାଇଁ ଶହେରୁ ଦେଢସହ କିଲୋମିଟର ଦୂର ଜୟପୁରରେ ଯାଇ କରିବାକୁ ପଡୁଥିବା କଥା କହିଛନ୍ତି ଲ୍ୟାମ୍ପ ଡିଇଓ । ସେପଟେ ସୋସାଇଟି ନିର୍ବାଚନ ସରିବା ପରେ ୭ଟି ଯାକ ଲ୍ୟାମ୍ପରେ ଅନ୍ ଲାଇନ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ମାଲକାନଗିରି ଲ୍ୟାମ୍ପ ଏମଡି ।

କିଛି ବର୍ଷ ପୂର୍ବେ ମାଲକାନଗିରିର ସିଖପାଲି ଲ୍ୟାମ୍ପ ଓ କାଲିମେଳା ଲ୍ୟାମ୍ପରେ ଚାଷୀମାନଙ୍କ ନାଁରେ କୋଟି କୋଟି ଟଙ୍କାର ଚାଷ ଋଣ ନେଇ ଅଧିକାରୀମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଯେଉଁ ସମୟରୁ ସାରା ଓଡିଶାର ସମସ୍ତ ଲ୍ୟାମ୍ପ ଓ କୋପରିଟିଭ ସୋସାଇଟିରେ ଅନଲାଇନ୍ କାମ ଆରମ୍ଭ କରାଯାଇଥିଲା ଜଦି ସେହି ସମୟରୁ ମାଲକାନଗିରି ଜିଲ୍ଲାରେ ଅନଲାଇନ୍ କାମ କରାଯାଇଥାନ୍ତା ତାହାହେଲେ ଲ୍ୟାମ୍ପ ଗୁଡିକରେ ହୋଇପାରିନଥାନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.