ETV Bharat / state

ସ୍ବାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ, ଉପକୃତ ହେବେ ଅଞ୍ଚଳବାସୀ

author img

By

Published : Sep 7, 2020, 10:14 AM IST

Updated : Sep 7, 2020, 5:05 PM IST

ସ୍ବାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ ହୋଇଛି । ପୋଲିସର କଡା ସୁରକ୍ଷା ଯୋଗୁଁ ଦୀର୍ଘ ଦଶନ୍ଧି ପରେ ସ୍ବାଭିମାନ ଅଞ୍ଚଳର ଲୋକଙ୍କ ସ୍ବପ୍ନ ସାକାର ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ...

ସ୍ବାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ, ଉପକୃତ ହେବେ ଅଞ୍ଚଳବାସୀ
ସ୍ବାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ, ଉପକୃତହେବେ ଅଞ୍ଚଳବାସୀ

ମାଲକାନଗିରି: ଜିଲ୍ଲାର ମାଓଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳବାସୀ ଦେଖିଲେ ନୂଆ ସକାଳ। ଆରମ୍ଭ ହେଲା ଟେଲିଫୋନ ଯୋଗାଯୋଗ ସେବା। ପୋଲିସର କଡା ସୁରକ୍ଷା ଯୋଗୁଁ ଦୀର୍ଘ ଦଶନ୍ଧି ପରେ ସ୍ବାଭିମାନ ଅଞ୍ଚଳର ଲୋକଙ୍କ ସ୍ବପ୍ନ ସାକାର ହୋଇଛି। ଏଣିକି ଏଠାକାର ବାସିନ୍ଦା ପାଇବେ ମୋବାଇଲ ସେବାର ସୁବିଧା ।

ସ୍ବାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ, ଉପକୃତ ହେବେ ଅଞ୍ଚଳବାସୀ

ହନ୍ତାଳଗୁଡା, ଟିକିଲିପଦର, ଯନ୍ତାପାଇ ଏବଂ ଦାରଲାବେଡାରେ ଲାଗିଲା ସେବା। ତେବେ ଏହି ସେବା ପାଇଁ ପାଖାପାଖି 30 ହଜାରରୁ ଅଧିକ ଲୋକେ ଉପକୃତ ହେବେ ବୋଲି ଜଣାପଡିଛି। ମାଓବାଦୀଙ୍କ ନାଲି ଆଖି ଯୋଗୁଁ ମୋବାଇଲ ଯୋଗାଯୋଗ ପାଇଁ ଲୋକଙ୍କୁ କୌଣସି ସୁବିଧା ନଥିଲା । ତେବେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା, ପୋଲିସର ସୁରକ୍ଷା ଯୋଗୁଁ ଆଜି ସ୍ବାଭିମାନ ଅଞ୍ଚଳବାସୀ ଏହି ସୁବିଧା ପାଇଛନ୍ତି ବୋଲି କୁହାଯାଉଛି ।

ପୂର୍ବରୁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାସ୍ତା କାମକୁ ଜୋରଦାର କରି ସ୍ବାଭିମାନ ଅଞ୍ଚଳ ଲୋକଙ୍କ ପାଇଁ ଯୋଗାଯୋଗର ସୁବିଧା କରିପାରିଥିଲେ। ଆଉ ଏବେ ଟେଲିକମ୍‌ର ସୁବିଧା କରି ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Sep 7, 2020, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.