ETV Bharat / state

ବନ୍ୟାରେ ବେହାଲ ମାଲକାନଗିରି; ଭାଙ୍ଗିଲା ଘର, ଚାଷଜମି ବାଲିଚର - Malkangiri flood

ରାଜ୍ୟରେ ଏବେ ଗୋଟିଏ ପାର୍ଶ୍ବରେ ପାଣି ଆଉ ପାଣିତ ଆଉ ଏକ ପାର୍ଶ୍ବରେ ସୁଖା ମରୁଡି । ପ୍ରକୃତିର ଏହି କୋପରେ ଏବେ ବେହାଲ ମାଲକାନଗିରି ।

ଡିଜାଇନ ଫଟୋ
author img

By

Published : Jul 30, 2019, 11:06 PM IST

ମାଲକାନଗିରି: ଗତ ତିନିଦିନଧରି ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବେହାଲ ହୋଇପଡିଛି । ମାଡି ଆସିଛି ବନ୍ୟା । ବନ୍ୟାରେ କାହାର ଘର ମାଟିରେ ମିଶି ଯାଇଛି ତ କାହାର ଚାଷ ଜମି ବାଲିଚର ହୋଇଯାଇଛି । ମାଲକାନଗିରି ଜିଲ୍ଲାର ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାରେ ବର୍ଷା କମିଛି ସତ ହେଲେ ବନ୍ୟା ବିପନ୍ନଙ୍କ ବଢିଛି ଦୁଃଖ ଆଉ ଦୁର୍ଦ୍ଦଶା । ହଠାତ ବନ୍ୟା ପାଣି ଘରେ ପଶିଥିବା ବେଳେ ଲୋକେ ଜୀବନ ବଞ୍ଚାଇବା ଲାଗି ଘର ଦ୍ବାର ଛାଡି ଆଶ୍ରୟସ୍ଥଳକୁ ଚାଲି ଯାଇଥିଲେ । ଆଉ ପାଣି କମିବା ପରେ ଲୋକେ ଘରକୁ ଫେରି ଯାହା ଦେଖିଲେ ଲୋକଙ୍କର ପାଦତଳୁ ମାଟି ଖସିଗଲା ।

ମୁଣ୍ଡ ଗୁଞ୍ଜିବାକୁ ଆଉ ଛାତ ନଥିଲା କି ଭାତ ଗଣ୍ଡିଏ ଫୁଟେଇବାକୁ ବାସ ନଥିଲା ଆଖି ଆଗିରେ ଧୋଇନେଲା ସାରା ବର୍ଷ ପାଇଁ କରିଥିବା ଚାଷ । ଶତାଧିକ ଲୋକଙ୍କ ଝାଟି ମାଟି ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି । ଶହଶହ ହେକ୍ଟର ଧାନ ଫସଲ ବାଲିଚର ହୋଇ ଯାଇଛି । ପ୍ରଶାସନ କେବଳ କେଉଁଠି କିଛି ରନ୍ଧା ଖାଦ୍ୟ ଦେଇ ନିଜ ଦାୟିତ୍ବ ସାରିଦେଇଛି ।

ପ୍ରଥମେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିବା ବେଳେ ଏବେ ବନ୍ୟାରେ ଧାନ ଜମି ବାଲିଚର ହୋଇ ଯାଇଛି ଫଳରେ ବ୍ୟାଙ୍କ ଓ ମହାଜନଙ୍କ ଠାରୁ ଋଣ ନେଇ ଚାଷ କାମ ଆରମ୍ଭ କରିଥିବା ଚାଷୀଙ୍କ ଉପରେ ଏବେ ପଡିଛି ଚଡକ । ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି ବନ୍ୟାର କ୍ଷୟକ୍ଷତି ସଂପର୍କରେ ଆକଳନ କରିବା ଲାଗି ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିବା ପରେ ଲୋକଙ୍କୁ ଆବଶ୍ୟକ କ୍ଷତିପୂରଣ ଦିଆଯିବ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷତି ହୋଇଛି । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଛି । ଶହ ଶହ ଏକର ଧାନ ଫସଲ ବାଲିଚର ହୋଇ ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବନ୍ୟା ବିପନ୍ନଙ୍କ ପାଖରେ କୌଣସି ସହାୟତା ପହଞ୍ଚି ନଥିବା ବେଳେ କ୍ଷୟ କ୍ଷତିର ଆକଳନ କରାଯାଉଥିବା କହିଛି ଜିଲ୍ଲା ପ୍ରଶାସନ । Body:ଭି.ଓ.୧ - ମାଲକାନଗିରି ଜିଲ୍ଲାରେ ବର୍ଷା କମିଛି ହେଲେ ବନ୍ୟା ବିପନ୍ନ ଲାଗି ଏବେ ଦୁଖଃ ଓ ଦୁର୍ଦ୍ଦଶା ବଢିବାରେ ଲାଗିଛି । ମାତ୍ର ତିନି ଦିନର ବର୍ଷାରେ ଯେ ଏପରି ବନ୍ୟା ପରିସ୍ତିତି ଉପୁଜିବ ତାହା କେହି ଆକଳନ କରିନଥିଲେ । ହଠାତ୍ ବନ୍ୟା ପାଣି ଘରେ ପଶିଥିବା ବେଳେ ଲୋକେ ଜିବନ ବଞ୍ଚାଇବା ଲାଗି ଘର ଦ୍ବାର ଛାଡି ଅନ୍ୟତ୍ର ଚାଲି ଯାଇଥିଲେ । ଆଉ ପାଣି କମିବା ପରେ ଲୋକେ ଘରକୁ ଫେରିଲା ବେଳକୁ ନିଜର ଭିଟା ମାଟି ଆଉ ଖୋଜି ପାଉ ନାହାନ୍ତି । ମାଥିଲି, କୋରୁକୋଣ୍ଡା, ପଡିଆ ଓ କାଲିମେଳା ବ୍ଲକର ପ୍ରାୟ ୪୦ ଟି ଗାଁ ବନ୍ୟାରେ ଏପରି କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ଲୋକଙ୍କ ଝାଟି ମାଟି ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି । ଶହ ଶହ ଏକର ଧାନ ଫସଲ ବାଲିଚର ହୋଇ ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବନ୍ୟା ବିପନ୍ନଙ୍କ ପାଖରେ କୌଣସି ସହାୟତା ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

ବାଇଟ ୧ – ବନ୍ୟା ପିଡିତ
ବାଇଟ ୨ – ବନ୍ୟା ବିପନ୍ନ

ଭି.ଓ. ୨ – ବନ୍ୟା ପରେ ଲୋକଙ୍କ ପାଖରେ ଠିକ ଭାବେ ରିଲିଫ ସାମଗ୍ରୀ ପହଞ୍ଚିନଥିବା ବେଳେ କେବଳ ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ପଞ୍ଚାୟତରେ ପ୍ରଶାସନ ତରଫରୁ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ପ୍ରଥମେ ଖରାରେ ଜମି ଫାଟି ଆଁ କରିଥିବା ବେଳେ ଏବେ ବନ୍ୟାରେ ଧାନ ଜମି ବାଲିଚର ହୋଇ ଯାଇଛି ଫଳରେ ବ୍ୟାଙ୍କରୁ ଋଣ ନେଇ ଚାଷ କାମ ଆରମ୍ଭ କରିଥିବା ଚାଷି ଏବେ ଋଣ ସୁଝିବେ କିପରି ସେ ଚିନ୍ତାରେ ଅଛନ୍ତି । ହେଲେ ପ୍ରଶାସନ କହିଛି ଯେ ବନ୍ୟାର କ୍ଷୟ କ୍ଷତି ସଂପର୍କରେ ଆକଳନ କରିବା ଲାଗି ବି.ଡି.ଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଛି । ରିପୋର୍ଟ ଆସିବା ପରେ ଲୋକଙ୍କୁ କ୍ଷତି ପୁରଣ ଦିଆଯିବ । ଏହା ସହ ପାଣିପାଗ ବିଭାଗ ଆଜି ଠାରୁ ମାଲକାନଗିରି ଜିଲ୍ଲାକୁ ରେଡ ଆଲର୍ଟ ଘୋଷଣା କରିଥିବାରୁ ପୋଲିସ ଓ ଓଡ୍ରାଫ ଟିମକୁ ଆଲର୍ଟ ରଖାଯାଇଥିବା ଜିଲ୍ଲା ପ୍ରଶାସନ କହିଛି ।

ବାଇଟ ୩ – ବନ୍ୟା ବିପନ୍ନ
ବାଇଟ ୪ – ପ୍ରମୋଦ କୁମାର ବେହେରା, ଜିଲ୍ଲା ଜରୁରି କାଳିନ ଅଧିକାରି
Conclusion:ଫା.ଭି.ଓ – ଲୋକଙ୍କ ପାଖରେ ଏଯାଏଁ କୌଣସି ସହାୟତା ପହଞ୍ଚି ନଥିବାରୁ ଏହାକୁ ନେଇ ଘୋର ଅସନ୍ତୋଷ ଦେଖା ଦେଇଛି । ମାଲକାନଗିରି ଜିଲ୍ଲାର ଦେଖା ଦେଇଥିବା ବନ୍ୟା ଲାଗି ରାଜ୍ୟ ସରକାର ତୁରନ୍ତ ସହାୟତା ଘୋଷଣା କରିବା ଲାଗି ସାଧାରଣରେ ଦାବି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...................

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.