ETV Bharat / state

‘ବଣ୍ଡା ଘାଟି’: ଭୋକ ମରୁନି, ଦୁଃଖ ସରୁନି

ଯେଉଁଠି ନିତି ଗରିବ ଲୋକଙ୍କ ବୁକୁଫଟା ରଡି, ଭୋକିଲା ପେଟର କାନ୍ଦଣାରେ ଥରିଯାଏ ଭୂଇଁ । ଦୁଇ ମୁଠା ଭାତ ଲାଗି ନିଜ ଛୁଆଙ୍କୁ ବିକ୍ରି କରିବାକୁ ପଛାନ୍ତିନାହିଁ ପିତାମାତା । ବଣ୍ଡା ଘାଟିର ଏହି ବିକଳ ଚିତ୍ରର ବାସ୍ତବତା ଜାଣିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଥିଲା ଇଟିଭି ଭାରତ । ଇଟିଭି ଭାରତର ମୋବାଇଲରେ ପରିବାର ଠାରୁ ଦୂରକୁ ଚାଲିଯାଇଥିବା କୁନି ଛୁଆର ଚିତ୍ରକୁ ଦେଖି କାନ୍ଦି କାନ୍ଦି ମନେପକାଇଥିଲେ ସମ୍ପୂର୍ଣ ବଣ୍ଡା ଘାଟିର ଲୋକେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jan 27, 2020, 11:44 AM IST

ମାଲକାନଗିରି: ପଛୁଆ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ବିକାଶ ଲାଗି ସରକାର ଅନେକ ଯୋଜନା କରିଛନ୍ତି । ହେଲେ ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ପାଇଁ ସେସବୁ ଯୋଜନା ଯେମିତି ଅପହଞ୍ଚ ହୋଇ ରହିଯାଇଛି । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଭଳି ମୌଳିକ ସୁବିଧା ଠାରୁ ଅନେକ ଦୁରରେ ଥିବା ବଣ୍ଡା ଜନଜାତିର ଲୋକେ ଏବେ ଖାଦ୍ୟ ଦୁଇ ମୁଠା ଲାଗି ନିଜ ଛୁଆଙ୍କୁ ମଧ୍ୟ ବିକ୍ରି କରିବାକୁ ଉଦ୍ୟମ କରୁଥିବାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏମିତିରେ କଣ ରହିଛି ବଣ୍ଡାଘାଟିର ବାସ୍ତବ ଚିତ୍ର ତାହା ଜାଣିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଥିଲା ଇଟିଭି ଭାରତ । ଇଟିଭି ଭାରତର ମୋବାଇଲରେ ପରିବାର ଠାରୁ ଦୂରକୁ ଚାଲିଯାଇଥିବା କୁନି ଛୁଆର ଚିତ୍ରକୁ ଦେଖି କାନ୍ଦି କାନ୍ଦି ଦେଖିଥିଲେ ସମ୍ପୂର୍ଣ ବଣ୍ଡା ଘାଟିର ଲୋକେ ।

ବଣ୍ଡା ଘାଟିର କରୁଣ ଚିତ୍ର

ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତର କାତାମଗୁଡା ଗ୍ରାମର ମାଙ୍ଗତୁ ଚାଲାଣ ନାମକ ବଣ୍ଡା ଯୁବକଙ୍କ ପୁର୍ବରୁ ୬ଟି ସନ୍ତାନ ରହିଥିବା ବେଳେ ପହିଲା ଜାନୁଆରି ନୁଆ ବର୍ଷରେ ମାଙ୍ଗତୁ ଚାଲାଣଙ୍କ ସ୍ତ୍ରୀ ଆଉ ଏକ ଶିଶୁ କନ୍ୟା ଜନ୍ମ ଦେବା ପରେ ମୁଦୁଲିପଡା ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ନବଜାତ ଶିଶୁଟିକୁ ବଡ କଷ୍ଟରେ ୧୬ ଦିନ ପାଳନ କରିଥିଲେ ମାଙ୍ଗତୁ । ହେଲେ ଘରେ ତାଙ୍କର ବୃଦ୍ଧ ବାପା ମାଆଙ୍କ ସହ ମୁଣ୍ଡ ଉପରେ ୬ ଟି ଛୁଆଙ୍କ ବୋଝ ରହିଥିବା ବେଳେ ସାହି ପଡିଶାଙ୍କ ଦୟାରେ ସେମାନଙ୍କ ପେଟକୁ ମିଳେ ଦାନା । ଟିକିଏ ଭଲ ଭାବେ ଦେଖନ୍ତୁ ଏହି କରୁଣ ଚିତ୍ରକୁ କେମିତି ଗୋଟିଏ ଥାଳିରେ ଖାଉଛନ୍ତି ମାଙ୍ଗତୁଙ୍କ ୬ କୁନି କୁନି ପିଲା । ତେଣୁ ଶେଷରେ ବାଧ୍ୟ ହୋଇ ମାଙ୍ଗତୁ ନିଜର ୧୭ ଦିନର ଛୁଆକୁ ବିକ୍ରି କରିବାକୁ ନେଉଥିଲେ । ତେବେ ଏହି ସମୟରେ ଖବର ପାଇ ଜୟପୁର ନିକଟସ୍ତ କୋଟା ଜଙ୍ଗସନରୁ ଏହି ବଣ୍ଡା ଯୁବକଙ୍କୁ ଶିଶୁ ମଙ୍ଗଳ କମିଟି ଉଦ୍ଧାର କରିବା ପରେ ମାଲକାନଗିରି ଆଣିଥିଲା ଆଉ ସେଠାରେ ନିଜର୧୭ ଦିନର ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ କମିଟି ପାଖରେ ହସ୍ତାନ୍ତର କରି ନିଜ ଗାଁକୁ ଫେରିଥିଲେ ମାଙ୍ଗତୁ । ଗାଁକୁ ଫେରିବା ପରେ ମା ଛେଉଣ୍ଡ କୁନି କୁନି ପିଲାଙ୍କୁ ଦେଖଇ ଆଖିରୁ ଲୁହ ଗଡାଇଥିଲେ ମାଙ୍ଗତୁ ଆଉ ବାପାଙ୍କୁ ଦେଖି ଦୌଡି ଆସିଥିଲେ କୁନି କୁନି ପିଲାଏ । ନିଜର ନବଜାତ ଶିଶୁ କନ୍ୟାକୁ ବଞ୍ଚାଇବା ଲାଗି ଅନ୍ୟ ହାତରେ ଟେକି ଦେଇଥିବା ଦୃଶ୍ୟ ଇଟିଭି ଭାରତରେ ପ୍ରସାରିତ ହୋଇଥିବା ଖବରକୁ ମୋବାଇଲରେ ପାଖରୁ ଦେଖିଥିଲେ ପରିବାର ଲୋକେ । ପରିବାର ଠାରୁ ଦୂରକୁ ଚାଲିଯାଇଥିବା ସାନ ଭଉଣୀକୁ ମୋବାଇଲରେ ଦେଖି କାନ୍ଦି ଥିଲେ ବଡ ୬ ଭାଇଭଉଣୀ ଆଉ ଏହି ନିଷ୍ପାପ ପିଲାଙ୍କ ଲୁହକୁ ଦେଖି କାନ୍ଦି ଉଠିଥିଲା ସମ୍ପୂର୍ଣ ବଣ୍ଡା ଘାଟି ।

ସ୍ବାଧୀନତାର ୭୩ ବର୍ଷ ପରେବି ସରକାରଙ୍କ କୌଣସି ଯୋଜନା ବଣ୍ଡା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ବଣ୍ଡା ଜନ ଜାତିଙ୍କ ଉନ୍ନତି ପାଇଁ ମୁଦୁଲିପଡା ପଞ୍ଚାୟତରେ ଥିବା ବଣ୍ଡା ଉନ୍ନୟନ ସଂସ୍ଥାରେ ମାସ ମାସ ଧରି ତାଲା ଝୁଲୁଥିବା ବେଳେ ପ୍ରକଳ୍ପ ଅଧିକାରି ଘାଟି ତଳେ ରହି ସରକାରଙ୍କ ଠାରୁ ନିୟମିତ ଦରମା ନେଉଛନ୍ତି । ଏମିତିରେ ଶାସକଙ୍କ ଠାରୁ ଆରମ୍ଭ କରି ପ୍ରଶାସକଙ୍କ ପାଦ ଘାଟିରେ ପଡୁନଥିବା ବେଳେ ସରକାରୀ ଯୋଜନା ଠାରୁ ବହୁ ଦୂରରେ ରହିଥିବା ବଣ୍ଡା ପିଲାଏ ଏବେ ଅପପୁଷ୍ଟିର ଶିକାର ହେଉଛନ୍ତି । କେବଳ ଛୋଟ ପିଲା ନୁହନ୍ତି ଗର୍ଭବତୀ ମା ମଧ୍ୟ ସରକାରୀ ସେବା ନ ପାଇ ମୃତ୍ୟୁବରଣ କରୁଛନ୍ତି । ଆଉ ଦିନକୁ ଠିକ ଭାବେ ଦୁଇ ମୁଠା ଖାଇବାକୁ ପାଉ ନଥିବା ବଣ୍ଡା ଯୁବକଯୁବତୀ ମାନେ ଏବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ତ ନିଜ ଛୁଆଙ୍କୁ ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଆଦିବାସୀ ମହାସଙ୍ଘ ବଣ୍ଡାଙ୍କ ଉନ୍ନତି ପାଇଁ ରାଜ ରାସ୍ତାକୁ ଓଲ୍ଲାଇବାକୁ ଧମକ ଦେଇଛି ।

ରାଜ୍ୟରେ ଆଦିବାସୀଙ୍କ ବିକାଶ ଲାଗି ସରକାରଙ୍କ ଅନେକ ଯୋଜନା ଚାଲିଛି । ହେଲେ ଆଦିମ ଜନଜାତି ବଣ୍ଡାଙ୍କ ପାଖରେ ସେସବୁ ଯୋଜନା ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନଥିବା ବିଡମ୍ବନାର କଥା । ଯଦି ରାଜ୍ୟ ସରକାର ବଣ୍ଡା ଜନ ଜାତିଙ୍କ ଉପରେ ବିଶେଷ ଦୃଷ୍ଟି ନ ଦିଅନ୍ତି ତାହା ଦେଲେ ଭବିଷ୍ୟତରେ ରାଜ୍ୟର ଏହି ପୁରାତନ ଜନଜାତି ଯେ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.