ETV Bharat / state

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା, ପରିଭ୍ରମଣରେ ବାହାରିଲେ ମାଲକାନଗିରିରୁ ୯୦ଜଣ ବରିଷ୍ଠ ନାଗରିକ

author img

By

Published : Mar 27, 2023, 8:24 PM IST

ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ଦେଉଛନ୍ତି ସରକାର । ଗରିବ ଶ୍ରେଣୀର ଲୋକମାନେ ଏହି ଯୋଜନା ଦ୍ବାରା ମାଗଣାରେ ବିଭିନ୍ନ ତୀର୍ଥସ୍ଥଳ ପରିଭ୍ରମଣ କରିପାରିବେ । ଅଧିକ ପଢ଼ନ୍ତୁ

ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା

ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ଦେଉଛନ୍ତି ସରକାର

ମାଲକାନଗିରି: ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା । ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ଦେଉଛନ୍ତି ସରକାର । ଗରିବ ଶ୍ରେଣୀର ଲୋକମାନେ ଏହି ଯୋଜନା ଦ୍ବାରା ମାଗଣାରେ ବିଭିନ୍ନ ତୀର୍ଥସ୍ଥଳ ପରିଭ୍ରମଣ କରିପାରିବେ । ତେବେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ମାଲକାନଗିରି ଜିଲ୍ଲାରୁ ୯୦ ଜଣ ଦକ୍ଷିଣ ଭାରତ ପରିଭ୍ରମଣରେ ବାହାରିଛନ୍ତି । ଦକ୍ଷିଣ ଭାରତର ତିରୁପତି, ଭେଲ୍ଲର ଓ ଶ୍ରୀକଳାହସ୍ତୀ ତୀର୍ଥ ସ୍ଥାନ ପରିଭ୍ରମଣ କରିବାର ଯୋଜନା ରହିଛି । ଏନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଥିବାବେଳେ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ଵାନି ମଧ୍ୟ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ: Stone Pelting: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଘର ଉପରକୁ ପଥର ମାଡ଼

ଆଜି ସମସ୍ତ ତୀର୍ଥ ଯାତ୍ରୀ ରାୟଗଡ଼ା ଅଭିମୁଖେ ଯାତ୍ରା କରୁଛନ୍ତି । ମାର୍ଚ୍ଚ ୨୮ ମଙ୍ଗଳବାର ଦିନ ସମସ୍ତ ଯାତ୍ରୀ ଗନ୍ତବ୍ୟ ତୀର୍ଥ ସ୍ଥାନ ଅଭିମୁଖେ ଯାତ୍ରା କରିବେ ଏବଂ ଏପ୍ରିଲ ୨ରେ ରାୟଗଡା ପ୍ରତ୍ୟାବର୍ତ୍ତନ କରିବେ । ମାଲକାନଗିରିରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ବସ୍‌କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: BJD Appoints Observers: ଧର୍ମେନ୍ଦ୍ରଙ୍କୁ ଚେକ ଦେବେ ପ୍ରଣବ, ପୁନର୍ଗଠନ ହେଲା ବିଜେଡି ପର୍ଯ୍ୟବେକ୍ଷକ ତାଲିକା

ଏହି ଯାତ୍ରାରେ ଜିଲ୍ଲାରୁ ୩ ଜଣ ଏସ୍କର୍ଟ ଅଧିକାରୀ ବରିଷ୍ଠ ନାଗରିକଙ୍କ ସହ ଯାତ୍ରା କରୁଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ପାଇଁ ପରିଵହନ ଓ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା, ଖାଦ୍ୟ ଆଦିର ବ୍ୟବସ୍ଥା କରାଯାଇଛି । ଏଥିସହ ଟ୍ରେନରେ ଜଗୁଆଳି, ଗାଇଡ଼, ଚିକିତ୍ସା ସୁବିଧା ମଧ୍ୟ ଦିଆଯିବ । ବରିଷ୍ଠ ନାଗରିକମାନେ ତୀର୍ଥ ଦର୍ଶନର ସୁଯୋଗ ପାଇଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ , ୨୦୧୬ ମସିହାରୁ ରାଜ୍ୟ ସରକାର ୬୦ରୁ ୭୫ ବର୍ଷ ବୟସର ଗରିବ ନାଗରିକଙ୍କ ପାଇଁ ଏହି ତୀର୍ଥଯାତ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହା ଫଳରେ ଆନେକ ଗରିବ ଲୋକ ଏହାଦ୍ବାରା ବିଭିନ୍ନ ତୀର୍ଥସ୍ଥଳ ବୁଲିବାର ସୁଯୋଗ ପାଇ ପାରୁଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.