ମାଲକାନଗିରି: ପୁଣି ଜିଲ୍ଲାରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ପୋଲିସ ପାଟ୍ରୋଲିଂ ସମୟରେ 4 ଜଣକୁ ଗରିଫ କରିବା ସହ ନଗଦ 1 ଲକ୍ଷଟଙ୍କା ଓ 3ଟି ମୋବାଇଲ ଫୋନ ଜବତ କରିବାରେ ସଫଳ ହୋଇଛି ମାଲକାନଗିରି ପୋଲିସ ।
ବୁଧବାର ଏକ କାରରେ ଛତିଶଗ଼ଡକୁ ୧୬୫ କେଜି ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ମୁଦୁଲିପଡା ପୋଲିସର ହାବୁଡରେ ପଡିଥିଲା । ଜିଲ୍ଲା ଏମ୍ଭି ୮୬ ଅଞ୍ଚଳର ରଞ୍ଜିତ ସରକାର ଓ ତୋଟାଗୁଡା ଅଞ୍ଚଳର ସୁବାସ ଖରାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ତିନୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ।
ଏଥିସହ କାଲିମେଳା ଥାନା ପୋଲିସ ମଧ୍ୟ ପୁଲିମେଟଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁଇନ୍ଦା ଖବର ପାଇଁ ଏକ ମହିନ୍ଦ୍ରା ମାର୍ଶାଲ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ ୯୩କେଜି ଗଞ୍ଜେଇ ବାହାରିଥିଲା । ଏହା ସହ ଏମ୍ପିଭି-୧ ନମ୍ବର ଗ୍ରାମର ମନୋଜ କୁମାର ମଜୁମଦାର ଓ ଏମ୍ଭି-୩୪ ଗ୍ରାମର ମନୋଜ ବିଶ୍ବାସଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜବତ କରିଛି ।
ଜବତ ହୋଇଥିବା ଗଞ୍ଜେଇର ମୋଟ ୨୫୮ କେଜି ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସ.ପି କହିଛନ୍ତି । ଗିରଫ ଚାରି ଜଣଙ୍କୁ ପଚରା ଉଚୁରା କରାଯିବା ପରେ ଆଜି କୋର୍ଟଚାଲାଣ କରାଯିବା ସହ ଏହି ଗଞ୍ଜେଇ ରାକେଟରେ ସାମିଲ ଥିବା କିଙ୍ଗପିନକୁ ମଧ୍ୟ ଆଗାମୀ ଦିନରେ ଗିରଫ କରାଯିବ ବୋଲି ପୋଲିସ କହିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ