ETV Bharat / state

ରାଜ୍ୟପାଳଙ୍କ ଦିନିକିଆ ମାଲକାନଗିରି ଗସ୍ତ: ଲୋକଙ୍କ ସମସ୍ୟା ବୁଝିଲେ, ଛାତ୍ରୀଙ୍କୁ ଦେଲେ ୧ ଲକ୍ଷ ଟଙ୍କା ସହାୟତା - ରାଜ୍ୟପାଳ ରଘୁବର ଦାସ

Governor On Malkangiri Visit: ମାଲକାନଗିରିରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ଜଣେ ମେଧାବୀ ଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି ମହାମହିମ । ଅଧିକ ପଢ଼ନ୍ତୁ

governor on malkangiri visit
ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ
author img

By ETV Bharat Odisha Team

Published : Dec 21, 2023, 7:01 AM IST

ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ରାଜ୍ୟପାଳଙ୍କ ଦିନିକିଆ ମାଲକାନଗିରି ଗସ୍ତ । ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ରଘୁବର ଦାସ । ନାରୀ ସଶକ୍ତିକରଣର ବାର୍ତ୍ତା ଦେଇ ରାଜ୍ୟପାଳ କହିଛନ୍ତି, "ଆମର ସମାଜ ସବୁ ସମୟରେ ନାରୀମାନଙ୍କୁ ସମ୍ନାନ ଦେଇ ଆସିଛି । ମହିଳାମାନଙ୍କ କ୍ଷେତ୍ରରେ ସହନଶୀଳତା ଭରପୁର ହୋଇ ରହିଛି । ନିଜେ ଘର କାମ କରିବା ସହ ପୁରୁଷଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଆସୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜେ ରୋଜଗାରକ୍ଷମ ହୋଇ ଆର୍ଥିକ ବିକାଶ କରିପାରୁଛନ୍ତି । ବିକଶିତ ଭାରତ ଓ ବିକଶିତ ପଞ୍ଚାୟତ ଗଠନ ପାଇଁ ନାରୀ ଶକ୍ତିର ଯୋଗଦାନ ରହିଛି । ପଞ୍ଚାୟତର ବିକାଶ ପାଇଁ ଶିକ୍ଷିତ ସମାଜ ଆବଶ୍ୟକ । ଗରିବୀ ହଟାଇବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି । ତେଣୁ ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ଅଭିଭାବକଙ୍କ ଦାୟିତ୍ୱ ।"

"ମାଲକାନଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଜନସାଧାରଣ ବହୁ ସଂଖ୍ୟାରେ ରହିଛନ୍ତି । ସ୍ବାଧୀନତାକୁ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବହୁ ସମସ୍ୟା ଲାଗି ରହିଛି । ଏହି ପଞ୍ଚାୟତର କେତେକ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିନଥିବା ଏକ ଦୁଃଖଦ ଘଟଣା । ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି । ଏଥସହ ସମାଜକୁ ମଦ ଓ ନିଶାମୁକ୍ତ କରିବା ଆବଶ୍ୟକ" ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ, ମୁଦ୍ରା ଯୋଜନା, ଶୌଚାଳୟ, ଅନ୍ନ ଯୋଜନା ଓ ଉଜ୍ଜ୍ବଳା ଯୋଜନା ବିଷୟରେ ପ୍ରକାଶ କରିଥିଲେ ରାଜ୍ୟପାଳ ।

ଆଜି ସକାଳ ସାଢ଼େ ୧୦ଟା ବେଳେ ମହାମହିମ ରାଜ୍ୟପାଳ ହେଲିକପ୍ଟର ଯୋଗେ ମାଥିଲି ମିନି ଷ୍ଟାଡିୟମରେ ଓହ୍ଲାଇବା ପରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସାଳୟ ବୁଲି ଦେଖିଥିଲେ । ଏଥିସହ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମାଥିଲି ବ୍ଲକ ପାଙ୍ଗାମ ପଞ୍ଚାୟତ ଅନ୍ତର୍ଗତ ବଡଗୁଡା ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ । ପାଙ୍ଗାମ ସରପଞ୍ଚ ଇନ୍ଦ୍ର ନାୟକ ପଞ୍ଚାୟତର କାଳିଅପୁଜାରୀଗୁଡା, ମାନନାୟକଗୁଡା, କଙ୍କଡାଗୁଡା, ଘେନାଗୁଡାରେ ଅଙ୍ଗନବାଡ଼ି କେନ୍ଦ୍ର ହୋଇପାରୁନଥିବା କହିଥିଲେ । ଚାଉଳମେନ୍ଦ୍ରୀ ସରପଞ୍ଚ ଜଳନ୍ଧର ନାୟକ ଧାନର ସହାୟକ ମୂଲ୍ୟବୃଦ୍ଧି ଓ ଜଳସେଚନର ଅସୁବିଧା କଥା କହିଥିଲେ । ସନ୍ତୋଷୀନି ପାତ୍ର ମାଥିଲି ଚିକିତ୍ସାଳୟରେ ବିଶେଷଜ୍ଞ ପଦବୀ ପୂରଣ ଓ ଆହର କେନ୍ଦ୍ର ଖୋଲିବା ପାଇଁ କହିଥିଲେ । ଏଥିସହ ସେଠାରେ ଜନସାଧାରଣ ମଦ ବିକ୍ରି ବନ୍ଦ କରିବା, ରୋଜଗାର ପ୍ରଦାନ ଓ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଅଭିଯୋଗ ଶୁଣାଣି କରିଥିଲେ ।

ଏହି ଅବସରରେ ବଡାଗୁଡ଼ା ଗ୍ରାମର ଆଇନ ଛାତ୍ରୀ କବିତା ଖରା ପାଠ ପଢ଼ି ଆଇଏସ ଅଧିକାରୀ ହେବାର ସ୍ୱପ୍ନ ବିଷୟରେ କହିଥିଲେ । ପଢ଼ିବା ଓ ପୁସ୍ତକ କିଣିବା ପାଇଁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ନେଇ କହିବାରୁ ରାଜ୍ୟପାଳ ୧ ଲକ୍ଷ ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହାପରେ ମାଲକାନଗିରି ବ୍ଲକ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମ ଗସ୍ତ କରି କୁମ୍ଭାର ୟୁନିଟ୍‌ ବୁଲି ଦେଖିବା ସହ ଏସ୍‌ଏଚ୍‌ଜି ମହିଳାଙ୍କ ସହ କଥାବାର୍ତ୍ତା କରି ସମସ୍ୟା ବୁଝିଥିଲେ ମହାମହିମ ରାଜ୍ୟପାଳ । ଏହାପରେ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ପିଲାଙ୍କୁ ଭେଟି ଚକଲେଟ୍‌ ପ୍ରଦାନ କରିଥିଲେ । ମାଲକାନଗିରି ଜିଲ୍ଲା କାରଗାର ବୁଲି ସେଠିକାର ସମସ୍ୟା ବିଷୟରେ ବୁଝିଥିଲେ ।

ଏହା ମଧ୍ୟ ପଢନ୍ତୁ...ନବୀନଙ୍କୁ ରଘୁବରଙ୍କ ଚିଠି ପରେ ତେଜିଲା ବିକାଶ ବିବାଦ, ବିରୋଧୀ-ଶାସକ ମୁହାଁମୁହିଁ

ଏହାପରେ ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗଲଗୁଡ଼ା ଗ୍ରାମର ଦିବ୍ୟାଙ୍ଗ ହିତ୍ୟାଧିକାରୀ ମୁନୁ ନାୟକଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ବୁଲି ଦେଖିବା ସହ ତାଙ୍କ ସହ କଥାବର୍ତ୍ତା ହୋଇଥିଲେ । ଚାଲାଣଗୁଡା ପଞ୍ଚାୟତର ଲୋକଙ୍କଠାରୁ ସମସ୍ୟା ବୁଝିଥିଲେ । ପଞ୍ଚାୟତର ବିଭିନ୍ନ ରାସ୍ତା ନିର୍ମାଣ ଓ ପାନୀୟ ଜଳ ସୁବିଧା ପାଇଁ ଗ୍ରାମବାସୀମାନେ ସମସ୍ୟା ବିଷୟରେ କହିଥିଲେ । ଏଥିରେ ମାଲକାନଗିରି ଜିଲ୍ଲପାଳ ବିଶାଲ ସିଂ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଦ୍ଧୱାନୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.