ETV Bharat / state

ମାଲକାନଗିରିରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଏକାଧିକ ମାଓବାଦୀ ଆହତ

author img

By

Published : Jun 16, 2021, 10:58 AM IST

Updated : Jun 16, 2021, 4:05 PM IST

ମାଲକାନଗିରିରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ଆହତ

10:52 June 16

ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ପୋଲିସ ମୁହାଁମୁହିଁ

ମାଲକାନଗିରିରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଏକାଧିକ ମାଓବାଦୀ ଆହତ

ମାଲକାନଗିରି: ଜିଲ୍ଲା ସ୍ଥିତ ମାଥିଲି ଥାନା କୁଲାବେଡ଼ା ନିକଟ ଜଙ୍ଗଲରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏସ୍‌ଓଜି ଓ ଡିଭିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲି ଥିବାବେଳେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ମାଓବାଦୀ । ଏଥିରେ ଜଣେ ମାଓବାଦୀ ଆହତ ହୋଇଥିବା ସୂଚନା ।

ଆଜି(ବୁଧବାର) ସକାଳେ ମାଲକାନଗିରି ସୀମାନ୍ତ କୁଲାବେଡା ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ପୋଲିସ ସର୍ଚ୍ଚ ଅପରେସନ କରୁଥିବାବେଳେ ହଠାତ୍ ମାଓବାଦୀ ଗୁଳିଚାଳନା କରିଥିଲେ । ଏହାର ଜବାବରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଏଥିରେ ଏକାଧିକ ମାଓବାଦୀ ଆହତ ହୋଇଥିବାବେଳେ ଗୋଟିଏ ଇନସାସ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ପ୍ରାୟ 3 ରୁ 4 ଘଣ୍ଟା ଧରି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । କିଛି ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ ହୋଇଛି । ଖବର ଲେଖାହେବା ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରିରହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jun 16, 2021, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.