ETV Bharat / state

ଦନ୍ତେୱାଡା ନକ୍ସଲ ଆକ୍ରମଣ, ନିଜକୁ ଦାୟୀ କଲା ଦରଭା ଡିଭିଜନ

author img

By

Published : Apr 28, 2023, 8:06 AM IST

ଦନ୍ତେୱାଡା ନକ୍ସଲ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଦରଭା ଡିଭିଜନ । ଏନେଇ ପ୍ରେସ ବିଜ୍ଞପ୍ତି ଜାରି କରି ଜଣାଇଲେ ଦରଭା ଡିଭିଜନ୍ ସମ୍ପାଦକ ସାଇନାଥ । ଅଧିକ ପଢନ୍ତୁ

ଦନ୍ତେୱାଡା ନକ୍ସଲ ଆକ୍ରମଣ ପାଇଁ ଦାୟୀ ଦରଭା ଡିଭିଜନ

ମାଲକାନଗିରି: ଛତିଶଗଡ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣ ପଛରେ ରହିଛି ଦରଭା ଡିଭିଜନର ହାତ । ଯବାନଙ୍କ ଉପରେ ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଛି । ଦନ୍ତେୱାଡା ଆଇଡି ବିସ୍ଫୋରଣର ଦିନକ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଦ୍ବାରା ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏହି ପ୍ରେସ ବିଜ୍ଞପ୍ତିଟି ମାଓବାଦୀ ଦରଭା ଡିଭିଜନ୍ ସମ୍ପାଦକ ସାଇନାଥ ପକ୍ଷରୁ ଜାରି କରାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଆକ୍ରମଣ ଦରଭା ଡିଭିଜନ ମାଓବାଦୀଙ୍କ ଦ୍ବାରା କରାଯାଇଛି ।

ପ୍ରେସ ବିଜ୍ଞପ୍ତିରେ ଆହୁରି ମଧ୍ୟ ଲେଖାଯାଇଛି, କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହ ଆସି ଘୋଷଣା କରିଥିଲେ ଯେ ୨୦୨୪ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ହେବ । ଏହାକୁ ମାଓ ସଙ୍ଗଠନ ତୀବ୍ର ବିରୋଧ କରିଛି । ତେଣୁ ନିଜର ସ୍ଥିତି ଜାହିର କରିବା ପାଇଁ ଦରଭା ଡିଭିଜନ ଏଭଳି ଆକ୍ରମଣ କରିଛି । କହିରଖୁଛୁ କି, ଗତ ବୁଧବାର ଦିନ ଦନ୍ତେୱାଡା ଅରାନପୁର ଠାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଆଇଡି ଖଞ୍ଜି ଥିବାବେଳେ ସେହି ବାଟରେ ଯବାନଙ୍କୁ ନେଇ ଯାଉଥିବା ଗାଡି ବିସ୍ଫୋରଣରେ ଉଡି ଯାଇଥିଲା ।

ଅରାନପୁର ଥାନା ଅଞ୍ଚଳ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳିଥିବା ସୂଚନା ମିଳିଥିଲା । ବସ୍ତର ଆଇଜିଙ୍କ ସୂଚନା ଅନୁସାରେ ବୁଧବାର ସକାଳେ ଦନ୍ତବେଡା ପୋଲିସର ଡିଆରଜିଏ ଯବାନମାନେ ଆରାନପୁର ନିକଟ ଜଙ୍ଗଲରେ କୁମ୍ବିଂ ଅପରେସନ୍ କରିଥିଲେ । ଅପରେସନ ସାରି ଫେରୁଥିବା ସମୟରେ ବାଟରେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗାଡିଟି ଖଣ୍ଡ ବିଖଣ୍ଡିତ ହୋଇ ଛିଟିକି ପଡିବା ସହ ସେଠାରେ ୧୦ ଫୁଟର ଗଭୀର ଗାତ ହୋଇଯାଇଥିଲା । ଏଥିରେ ୧୦ ଜଣ ଡିଆରଜିଏ ଯବାନ ଶହୀଦ ହୋଇଥିବାବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।

ହିଂସ୍ର ପରାୟଣ ହୋଇ ମାଓବାଦୀ ଏହି ଆକ୍ରମଣ ଘଟାଇଥିବା ବସ୍ତର ଆଇଜି କହିଥିଲେ । ଏହି ଘଟଣା ପଛରେ ଦରଭା ଡିଭିଜନ୍ ସମ୍ପାଦକ ଆଡମା (ସାଇନାଥର)ର ହାତଥିବା ଅନୁମାନ କରିଥିଲେ । ସତକୁ ସତ ଏହି ମାଓ ସଂଗଠନ ହିଁ ଆକ୍ରମଣ ଘଟିଥିବା ନିଜେ ସ୍ବୀକାର କରିଛି । ଏହାରି ମଧ୍ୟରେ ଗତକାଲିଠୁ ଏକ ୩୦ ସେକେଣ୍ଡର ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଭିଡିଓଟି ମାଓବାଦୀଙ୍କ ଆଇଡି ବିସ୍ଫୋରଣ ସମୟର ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.