ETV Bharat / state

ନିଆରା ବିଦ୍ୟାଳୟ, ଚନ୍ଦ୍ରଯାନରେ ଯାଇ ଚନ୍ଦ୍ରପୃଷ୍ଠରେ ପାଠପଢୁଛନ୍ତି ପିଲା...

author img

By

Published : Jan 3, 2020, 8:38 PM IST

ଯେଉଁଠି ଗାଁକୁ ସାଇକେଲ ଯିବାର ରାସ୍ତା ନାହିଁ ସେଠାକାର ପିଲାଏ ଏବେ ରକେଟରେ ବସି ଚନ୍ଦ୍ରପୃଷ୍ଠରେ ପାଠ ପଢୁଛନ୍ତି। ଏପରି ଦେଖିବାକୁ ମିଳିିଛି ମାଲକାନଗିରି ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଅଧିକ ପଢନ୍ତୁ...

malkangiri primary school
ନିଆରା ବିଦ୍ୟାଳୟ, ଚନ୍ଦ୍ରଯାନରେ ଯାଇ ଚନ୍ଦ୍ରପୃଷ୍ଠରେ ପାଠପଢୁଛନ୍ତି ପିଲା...

ମାଲକାନଗିରି: କୁନି କୁନି ପିଲା। ପ୍ରାଥମିକ ବିଦ୍ୟାଳୟରେ ପାଠପଢୁଛନ୍ତି। ହେଲେ ଚନ୍ଦ୍ରପୃଷ୍ଠକୁ ଯିବା ଲାଗି ସ୍ବପ୍ନ ଦେଖିଛନ୍ତି। ଆଉ ଏହାକୁ କିଛି ମାତ୍ରାରେ ପୂରଣ କରିଛନ୍ତି ବିଦ୍ୟାଳୟର ଶିକ୍ଷକ । ବିଦ୍ୟାଳୟର କାନ୍ଥରେ ଜିଏସଏଲଭି ମାର୍କ ଥ୍ରୀ ଏମ ୱାନ ରକେଟ ତଥା ଚନ୍ଦ୍ରଯାନ-2 ଓ ଚନ୍ଦ୍ରର ଚିତ୍ର ଆଙ୍କି ସେଥିରେ ବସିବାର ସୁଯୋଗ ସୃଷ୍ଟି କରିଛନ୍ତି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ମାଥିଲି ବ୍ଲକ ବି. ପୂଜାରୀଗୁଡା ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାକାର ପିଲା ପ୍ରତିଦିନ ବିଦ୍ୟାଳୟକୁ ଆସି ପ୍ରାର୍ଥନା କରି ଚନ୍ଦ୍ରଯାନ-2 ଭିତରେ ଶ୍ରେଣୀ ଗୃହକୁ ଯାଉଛନ୍ତି। ଆଉ ପାଠ ଶେଷ ପରେ ଶ୍ରେଣୀଗୃହରୁ ଚନ୍ଦ୍ର ପଟେ ବାହାରୁଛନ୍ତି । ଯାହା ସେମାନଙ୍କୁ ଚନ୍ଦ୍ରଯାତ୍ରା କରିବାର ଏକ ଆନନ୍ଦ ଦେଉଛି।

ନିଆରା ବିଦ୍ୟାଳୟ, ଚନ୍ଦ୍ରଯାନରେ ଯାଇ ଚନ୍ଦ୍ରପୃଷ୍ଠରେ ପାଠପଢୁଛନ୍ତି ପିଲା...

ସେପଟେ ଉପାନ୍ତ ଇଲାକାରେ ଏପରି କରି ପିଲାଙ୍କ ସ୍ବପ୍ନକୁ କିଛି ପରିମାଣରେ ସାକାର କରିଛନ୍ତି ପ୍ରଧାନଶିକ୍ଷକ। ଏହାସହ ପିଲାଙ୍କ ମନରେ ବିଜ୍ଞାନ ପ୍ରତି ଆହୁରି ଅଧିକ ଆଗ୍ରହ ସୃଷ୍ଟି କରିଛନ୍ତି ସେ । ଅନ୍ୟପଟେ ଏହି ଚିତ୍ର ହେବାପରେ ବିଦ୍ୟାଳୟକୁ ଆସୁନଥିବା ପିଲା ମଧ୍ୟ ଚନ୍ଦ୍ରଯାନରେ ବସିବା ଲାଗି ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି। ତା’ ଛଡା କିଛି ଅଭିଭାବକ ମଧ୍ୟ ଏହାକୁ ଦେଖିବାକୁ ଆସୁଥିବା ଜଣାପଡିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଗାଁକୁ ସାଇକେଲ ଯିବାର ରାସ୍ତା ନାହି ହେଲେ ମନରେ ରହିଛି ଚନ୍ଦ୍ର ପୃଷ୍ଟକୁ ଯିବାର ସ୍ବପ୍ନ । ଚନ୍ଦ୍ରାୟାନ-୨ ର ପରିକ୍ଷଣ ସିନା ଫେଲ ହୋଇଛି ହେଲେ ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କୁନି କୁନି ପିଲାଏ କିନ୍ତୁ ଏବେ ଚନ୍ଦ୍ରଜାନରେ ବସି ଚନ୍ଦ୍ର ପୃଷ୍ଟରେ ପାଠ ପଢୁଛନ୍ତି । ଆସନ୍ତୁ ଦେଖିବା ଫଛୁଆ ଜିଲ୍ଲାର ଆଗୁଆ ଶିକ୍ଷା ବ୍ୟବସ୍ତାର ଏକ ବାସ୍ତବ ଚିତ୍ର ।

ଇଟିଭି ଭାରତ ବିଶେଷ.....Body:ଭିଓ-୧- ଦେଖନ୍ତୁ ଏହି ଦୃଶ୍ୟକୁ କେମିତି ରକେଟରେ ବସି ଚନ୍ଦ୍ର ପୃଷ୍ଟରେ ପାଠ ପଢୁଛନ୍ତି କୁନି କୁନି ପିଲାଏ । ଏମିତି କି ଚନ୍ଦ୍ରାୟାନ-୨ ର ଗେଟ ଦେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଭିତରେ ପ୍ରବେଶ କରିବା ପରେ ପ୍ରାର୍ଥନା କରୁଛନ୍ତି ଆଉ ଏହା ପରେ ବିଦ୍ୟାଳୟରେ ଭିତରେ ଆରମ୍ଭ ହେଉଛି ପାଠ ପଢା । ସମସ୍ତ ପିରିଅଡ ଶେଷ ହେବା ପରେ ପୁଣି କୁନି କୁନି ପିଲାଏ ଚନ୍ଦ୍ର ପୃଷ୍ଟରୁ ସିଧା ସଳଖ ଧରା ପୃଷ୍ଟକୁ ଆସିବା ପରେ ନିଜ ନିଜ ଘରକୁ ଫେରୁଛନ୍ତି । ଏପରି ଏକ ନିଆଁରା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ମାଓଗଡ ଭାବେ ପରିଚିତ ମାଥିଲି ବ୍ଲକର ବି. ପୂଜାରୀଗୁଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବିଦ୍ୟାଳୟର ବାହାରି କାନ୍ଥରେ ଚନ୍ଦ୍ର ପୃଷ୍ଟ ସାଙ୍ଗକୁ ଚନ୍ଦ୍ର ଜାନର ଚିତ୍ର ଅଙ୍କନ କରି ଏହାର ନାମ କରଣ କରିଛନ୍ତି ଚନ୍ଦ୍ର ଜାନ-୨ । ଯାହାକୁ କେବେ ଦେଖି ନଥିବା କୁନି କୁନି ପିଲାଏ କିନ୍ତୁ ଏବେ ଦେଖିବା ଲାଗି ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟ ଆଡକୁ ମୁହାଁ ହେଉଛନ୍ତି ।

ବାଇଟ-୧- ଅମିତା ଆଦି, ପଞ୍ଚମ ଶ୍ରେଣୀ ଛାତ୍ରୀ
ବାଇଟ-୨- ସନାତନ ନାୟକ, ସପ୍ତମ ଶ୍ରେଣୀ ଛାତ୍ର

ଭି.ଓ-୨- ଅପହଞ୍ଚ ଇଲାକାର ଆଦିବାସି ପିଲାଙ୍କ ପାଖରେ ଶିକ୍ଷାର ଆଲୋକ ପହଞ୍ଚଇବା ଲାଗି ଉଦ୍ୟମ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ ଜେନା । କାରଣ ଆଜିବି ମାଲକାନଗିରି ଜିଲ୍ଲାରେ ଏମିତି ଅନେକ ଗାଁ ରହିଛି ଯେଉଁଠି ଶିକ୍ଷାର ଆଲୋକ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହି । ସର୍ବ ଶିକ୍ଷା ଅଭିଯାନକୁ ବାସ୍ତବ ରୂପ ଦେବାକୁ ଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଭଳି ଅଭିନବ ଚିନ୍ତା କରିଛନ୍ତି । କାରଣ ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପିଲାଏ ଏଯାଏଁ ରକେଟ ଦେଖି ନଥିବା ବେଳେ ସେମାନଙ୍କ ପାଇଁ ଚନ୍ଦ୍ରଜାନ ଚଢିବା ଏକ ସ୍ବପ୍ନ ତେବେ ଏହାକୁ ନେଇ ପିଲାଙ୍କ ମଧ୍ୟରେ ଏକ ଉଚ୍ଚ ଭାବନା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।

ବାଇଟ-୩- ଜୟନ୍ତ ଜେନା, ପ୍ରଧାନ ଶିକ୍ଷକ
Conclusion:ଫା.ଭି.ଓ - ଯେଉଁଠି ଗାଁକୁ ସାଇକେଲ ଯିବାର ରାସ୍ତା ନାହି ସେଠାକାର ପିଲାଏ ଏବେ ରକେଟରେ ବସି ଚନ୍ଦ୍ର ପୃଷ୍ଟରେ ପାଠ ପଢୁଛନ୍ତି । ଏପରି ନିଆରା ଦୃଶ୍ୟକୁ ଦେଖିଲେ ଆମକୁ ମନେ ହେଉଛି ଯେ ଆଦିବାସି ଅଧ୍ୟୁଷିତ ତଥା ପଛୁଆ ଜିଲ୍ଲା ବୋଲି କୁହାଯାଉଥିବା ମାଲକାନଗିରି ଯେ ଏବେ ଆଗକୁ ବଢିବାର ବେଳ ଆସିଛି ଏଥିରେ ତିଳେ ମଧ୍ୟ ସନ୍ଦେହ ନାହି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ……………
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.