ମାଲକାନଗିରି:ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିରେ ଆରମ୍ଭ ହେଲା ବୁଲେଟ ଆମ୍ବୁଲାନ୍ସ ସେବା । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଆମ୍ବୁଲାନ୍ସ ଯୋଗାଇ ଦେବା ନେଇ ଦାବି ହେଇ ଆସୁ ଥିବାବେଳେ ପ୍ରଶାସନ ତରଫରୁ ଏକ ବୁଲେଟ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ।
ବଣ୍ଡାଘାଟିରେ ଥିବା 2 ଟି ପଞ୍ଚାୟତର ୩୨ ଟି ଗ୍ରାମ ମଧ୍ୟରୁ କିଛି ଗ୍ରାମକୁ ଛାଡି ଦେଲେ ଅନ୍ୟ ଗ୍ରାମକୁ ଯିବାକୁ ଆଜି ବି ରାସ୍ତାଟିଏ ନାହିଁ । ପୁଣି ଏହି ଅଞ୍ଚଳ ଘାଟିରେ ପରିପୂର୍ଣ୍ଣ । ୧୦୮ ଆମ୍ବୁଲାନ୍ସ ହେଉ ବା ୧୦୨ ଆମ୍ବୁଲାନ୍ସ ଏଠାରେ ଚଳପ୍ରଚଳ କରିବା ଏକ ପ୍ରକାର ଅସମ୍ଭବ । ତେଣୁ ଘାଟି ରାସ୍ତା ଉଠିବା ଏବଂ କଚ୍ଚା ରାସ୍ତାରେ ଗାଁ ଗାଁ ବୁଲିବା ପାଇଁ ବୁଲେଟ ଆମ୍ବୁଲାନ୍ସ ହିଁ ଏକ ମାତ୍ର ମାଧ୍ୟମ ।
ବଣ୍ଡାଘାଟିରେ ଥିବା ଗ୍ରାମଗୁଡିକରେ ଲୋକେ ବିଭିନ୍ନ ଅଜଣା ରୋଗର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଥିଲେ ମଧ୍ୟ ଏହାର କୌଣସି ଖବର ପ୍ରଶାସନ ନିକଟରେ ନାହିଁ । ଲୋକଙ୍କୁ ସଚେତନ କରାଯାଇ ଏହି ବୁଲେଟ ଆମ୍ବୁଲାନ୍ସର ପ୍ରକୃତ ବ୍ୟବହାର ହେଲେ ଲୋକେ ଉପକୃତ ହୋଇପାରିବେ ।
ମାଲକାନଗିରିରୁ ଦେବଦତ୍ତ ହେହେରା, ଇଟିଭି ଭାରତ