ETV Bharat / state

BSFକୁ ସଫଳତା: ମାଲକାନଗିରିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

author img

By ETV Bharat Odisha Team

Published : Aug 30, 2023, 7:31 AM IST

Updated : Aug 30, 2023, 10:52 AM IST

ମାଲକାନଗିରି ଜିଲ୍ଲାରେ BSF ଯବାନଙ୍କୁ ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ଦୁଇଟି ସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ମାଲକାନଗିରିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ବିଏସଏଫ ଯବାନଙ୍କୁ ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଠାବ କଲେ ଯବାନ । ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଓ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ଅଞ୍ଚଳରେ ବିଏସଏଫ ଯବାନମାନେ କୁମ୍ବିଂ ଅପରେସନ କରି ମାଓବାଦୀମାନେ ମାଟିତଳେ ପୋତି ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ମାଟି ତଳୁ ୨ ଲିଟର ଟିଫିନ ଆଇଡି ୩ଟି, ୨ଟି ଦେଶୀ ବନ୍ଧୁକ, ୧୦୧ଟି ଜିଲୋଟିନ ଷ୍ଟିକ ଓ ଦୁଇଟି ଇଲେକ୍ଟ୍ରି ଡିଟୋନେଟର ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ମାରିଗାଟା ଓ ଟେକଗୁଡା ଜଙ୍ଗଲରେ ମାଓ ଗତିବିଧି ନେଇ ବିଏସଏଫକୁ ସୂଚନା ମିଳିଥିଲା । ଏହାପରେ ମଙ୍ଗଳବାର ସକାଳୁ ବିଏସଏଫ ୧୪୨ ବାଟାଲିୟନ ଯବାନମାନେ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ବିପୁଳ ପରିମାଓର ବିସ୍ଫୋରକ ଓ ମାଓ ସାମଗ୍ରୀ ଠାବ କରାଯାଇଥିଲା । ଟିଫିନ ଆଇଡି, ଦେଶୀ ବନ୍ଧୁକ, ଜିଲୋଟିନ ଷ୍ଟିକ ସହ ଇଲେକ୍ଟ୍ରି ଡିଟୋନେଟର ଉଦ୍ଧାର କରିଥିଲେ ଯବାନ ।

ଏହାମଧ୍ୟ ପଢନ୍ତୁ: ନୂଆପଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ବିଟ୍‌ ହାଉସ୍ ଉଡାଇଲେ, ଜେସିବି ଜାଳିଲେ

ଅନ୍ୟପଟେ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଯୋଡମ୍ବା ଥାନା ଅନ୍ତର୍ଗତ ଯନ୍ତ୍ରୀ ଠାରେ ମୁତୟନ ଥିବା ବିଏସଏଫ ୧୭୭ ବାଟାଲିୟନର ଯବାନଙ୍କୁ ମଧ୍ୟ ବଡ ସଫଳତା ମିଳିଛି । ସ୍ବାଭିମାନ ଅଞ୍ଚଳର ତାବେରୁ ଗ୍ରାମ ନିକଟ ଜଙ୍ଗଲରୁ ବଡ ଧରଣର ମାଓ ଡମ୍ପ ଠାବ କରିଛନ୍ତି ଯବାନ । ଡମ୍ପରୁ ଗୋଟିଏ ଷ୍ଟିଲ ଟିଫିନ ଆଇଡି, ୨ଟି ପ୍ଲାଷ୍ଟିକ ବକ୍ସ ଆଇଡି, ୬ଟି ଜିଲୋଟିନ ଷ୍ଟିକ ସମେତ ୩୦ ମିଟର କୋଡେକ୍ସ ତାର ଜବତ କରାଯାଇଛି । ଏନେଇ ଏକ ପ୍ରେସନୋଟ୍ ଜରିଆରେ ବିଏସଏଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ : ମାଓବାଦୀଙ୍କ ଟାର୍ଗେଟରେ ବିଜେଡି ନେତା, ରାମନାକୁପୁଲିରେ ପୋଷ୍ଟର ମାରି ଚେତାଇଲା ଲାଲବାହିନୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୪ ଦିନ ତଳେ ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ମାଓବାଦୀମାନେ ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ବନ ବିଭାଗର ବିଟ୍ ହାଉସକୁ ବୋମାରେ ଉଡାଇ ଦେଇଥିଲେ ଏବଂ ଏକ ଜେସିବି ମେସିନ ମଧ୍ୟ ଜାଳି ଦେଇଥିଲେ । ଏହାପରେ ଗାଁର ବିଭିନ୍ନ ସ୍ଥାନରେ ସରକାର ବିରୋଧି ମାଓ ପୋଷ୍ଟର ଲଗାଇ ପଳାଇ ଥିଲେ ।

ଇଟିଭି ଭାରତ, ମାଲକାନଗିରି

Last Updated : Aug 30, 2023, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.