ମାଲକାନଗିରି : ଆଗକୁ ଆସୁଛି ପୌର ନିର୍ବାଚନ । ଏନେଇ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର କିଛି ତୁଙ୍ଗ ନେତାମାନେ ମାଲକାନଗିରି ଗସ୍ତ କରିଛନ୍ତି । ବିଶେଷ କରି ଯୁବ ବର୍ଗଙ୍କୁ ଆକର୍ଷିତ କରିବା ଲାଗି ଦଳ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତାଙ୍କୁ ନେଇ ବିଜେଡି ଏକ ବୈଠକ କରିଥିଲା ।
ନିର୍ବାଚନରେ ଯୁବପିଢିଙ୍କୁ ଅଧିକରୁ ଅଧିକ ସାମିଲ ହେବା ଲାଗି ମନ୍ତ୍ର ଦେଇଥିଲେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ଏନେଇ ଦଳ ପକ୍ଷରୁ ସାଂଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସମସ୍ତ ନେତା ଓ କର୍ମୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ