ETV Bharat / state

ଠକେଇ ମାମଲାରେ ବନ୍ଧା ହେଲେ ବିଜେଡି ନେତା - ବିଜେଡି ନେତା ଗିରଫ

ଠକେଇ ମାମଲାରେ ବନ୍ଧା ହେଲେ ବିଜୁ ଜନତା ଦଳ ଯୁବ ନେତା ଅକ୍ଷୟ ରଞ୍ଜନ ପାଙ୍ଗି । ମୁଦୁଲିପଡ଼ା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

ଠକେଇ ମାମଲାରେ ବନ୍ଧା ହେଲେ ବିଜେଡି ନେତା
ଠକେଇ ମାମଲାରେ ବନ୍ଧା ହେଲେ ବିଜେଡି ନେତା
author img

By

Published : Apr 5, 2023, 8:00 AM IST

ମାଲକାନଗିରି: ମହଙ୍ଗା ପଡିଲା ଟଙ୍କା ନେଇ ନ ଫେରାଇବା । ଠକେଇ ମାମଲାରେ ବିଜେଡି ନେତା ଗିରଫ l 420 ମାମଲାରେ ବନ୍ଧା ହେଲେ ବିଜେଡି ନେତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ଉପ ସଭାପତି ତଥା ମାଡକାପଦର ସମିତି ସଭ୍ୟ ଅକ୍ଷୟ ରଞ୍ଜନ ପାଙ୍ଗି ଗିରଫ ହୋଇଛନ୍ତି । ମୁଦୁଲିପଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଅକ୍ଷୟ ଜଣେ ବ୍ୟକ୍ତିଙ୍କଠାରୁ ବହୁ ଦିନ ତଳେ ପାଞ୍ଚ ଲକ୍ଷ ଟଙ୍କା ନେଇ ଆଉ ଫେରାଇ ନଥିଲେ । ରାଜନୈତିକ ଦଳର ବଳ ଦେଖାଇ ଧମକାଉଥିବା ନେଇ ବ୍ୟକ୍ତି ଜଣକ ମାଲକାନଗିରି ଏସଡିଜେଏମଙ୍କ ନିକଟରେ ୱାନ୍ ସିସି ଫାଇଲ୍ କରିଥିଲେ । ମାଲକାନଗିରି ଏସଡିଜେଏମ କୋର୍ଟରେ କେସ୍ ନମ୍ବର ୧୪/୨୧ ଅନୁସାରେ ଠକେଇ ମାମଲା ରୁଜୁ ହୋଇଥିଲା । ଏହାପରେ ବାରମ୍ବାର ସମନ ଜାରି ହୋଇଥିଲେ ସୁଦ୍ଧା ସେ କୋର୍ଟରେ ଉପସ୍ଥିତ ହୋଇ ନଥିଲେ । ଏହାପରେ କୋର୍ଟ ବେଲେବଲ୍ ୱାରେଣ୍ଟ ଜାରି କରିଥିଲେ । ଯାହାଫଳରେ ମୁଦୁଲିପଡା ଥାନା ପୋଲିସ୍ ଅକ୍ଷୟ ରଞ୍ଜନ ପାଙ୍ଗିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ମୁଦୁଲିପଡ଼ା ଥାନା OIC ଚନ୍ଦ୍ର କାନ୍ତ ତାଣ୍ଡି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଆଦିବାସୀ ଅଞ୍ଚଳକୁ ବାଟ ହୁଡିଛି ବିକାଶ: ମୌଳିକ ସୁବିଧାରୁ ବଞ୍ଚିତ 500 ଲୋକେ, ବିବାହ ଚିନ୍ତାରେ ଯୁବକ

ଏହା ବି ପଢନ୍ତୁ...Jharsuguda Bypoll: ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ପିସିସିକୁ ରିପୋର୍ଟ ଦେଲା ପର୍ଯ୍ୟବେକ୍ଷକ ଟିମ୍

ଅକ୍ଷୟ ରଞ୍ଜନ ପାଙ୍ଗି ବିଜେଡିର ଜଣେ ଜଣାଶୁଣା ନେତା । ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉପସଭାପତି ଥିବା ସହ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ତାଙ୍ଗୁଲୁ , ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀଙ୍କ ଅତି ଘନିଷ୍ଠ ଥିଲେ । ରଞ୍ଜନ ପାଙ୍ଗି ଗିରଫ ପରେ ବିଭିନ୍ନ ଦଳରେ ରାଜନୈତିକ ଆକ୍ଷେପ ଆରମ୍ଭ ହୋଇଛି । କିଛିଦିନ ପୂର୍ବରୁ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଜେଡି ନେତା ତପନ ସାହାକୁ ପୋଲିସ ଗିରଫ କରି ଜେଲ ପଠାଇ ଥିଲା । ପୂର୍ବରୁ ମାଓ କାର୍ଯ୍ୟ ସମ୍ପୃକ୍ତ ମୁଦୁଲିପଡ଼ା ଥାନା OIC କୃଷ୍ଣ ଚନ୍ଦ୍ର ରଥ ଏବଂ କଡାବୁଦା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଦୀର୍ଘଦିନ ଜେଲରେ ଥିଲେ ରଞ୍ଜନ ପାଙ୍ଗି । ପରେ ସେ ଜାମିନରେ ଜେଲରୁ ବାହାରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.