ମାଲକାନଗିରି: ଭାଲୁ ଆକ୍ରମଣରେ ଜଣେ ଗୁରୁତର। ଜିଲ୍ଲାର ଅର୍କେଲ ଥାନା ଅଧିନସ୍ଥ ପୁରୁଣା ଅର୍କେଲର ଗ୍ରାମର ସମରା ଖିଲ, ଶୁକ୍ରବାର ସକାଳେ ନିଜ ଜମିରେ ଚାଷ କରୁଥିବା ସମୟରେ ଏକ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲା। ଏହା ପରେ ତାଙ୍କ ପାଟି ଶୁଣି ଆଖପାଖ ଜମିରେ କାମ କରୁଥିବା ଲୋକେ ଭାଲୁ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ