ETV Bharat / state

ପୁଣି ଲାଲଗଡରେ ମାଓ ବ୍ୟାନର - ଲାଲଗଡରେ ମାଓ ବ୍ୟାନର ଖବର

କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମପଞ୍ଚାୟତର ଦୁର୍ଗମ ଆଦିବାସୀ ଗାଁ କାନାଗୁଡାକୁ ଯିବା ବାଟରେ ଗୁରୁବାର ମାଓ ସଙ୍ଗଠନ ତରଫରୁ ଲାଲ ରଙ୍ଗର କପଡାରେ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଦର୍ଶାଯାଇଛି ।

mao poster
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Dec 5, 2019, 12:32 PM IST

ମାଲକାନଗିରି: ପୁଣି ମାଲକାନଗିରି ଜିଲ୍ଲାରେ ବ୍ୟାନର ମାରି ନିଜ ଦବଦବା ଜାହିର କଲା ମାଓ ସଙ୍ଘଠନ । କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମପଞ୍ଚାୟତର ଦୂର୍ଗମ ଆଦିବାସୀ ଗାଁ କାନାଗୁଡାକୁ ଯିବା ବାଟରେ ଗୁରୁବାର ମାଓ ସଙ୍ଗଠନ ତରଫରୁ ଲାଲ ରଙ୍ଗର କପଡାରେ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଦର୍ଶାଯାଇଛି ।

ବିଶେଷ କରି PLGA ସପ୍ତାହ ପାଳନ ପାଇଁ ତିନି ଗୋଟି ବିଷୟକୁ ଦର୍ଶାଯାଇଛି । ପ୍ରଥମରେ ଚଳିତ ଡିସେମ୍ବର ମାସ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ PLGA ଦିବସକୁ ବିପ୍ଳବ ପରମ୍ପରା ଅନୁସାରେ ଗାଁ ଗାଁ ରେ ପାଳନ କରନ୍ତୁ । ଦ୍ବିତୀୟରେ ଶହିଦଙ୍କ ଅଧୁର ସ୍ବପ୍ନକୁ ପୂରା କରିବା ପାଇଁ ଶପଥ ନିଅନ୍ତୁ । ତୃତୀୟରେ ପୋଲିସ ଇନଫରମର ସାଜିଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ଓ ପ୍ରତି ଗାଁର ଯୁବକ ଓ ଯୁବତୀ ମାଓ ସଙ୍ଘଠନରେ ଯୋଗ ଦେବା ଲାଗି ଦର୍ଶାଯାଇଛି। ତେବେ ଶେଷରେ ଲାଲ ସଲାମ୍, ସିପିଆଇ (ମାଓବାଦୀ) ଲେଖାରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବ୍ୟାନର ଲାଗିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଘଟଣାସ୍ଥଳରେ ବିଏସଏଫ ବାହିନୀ ପହଞ୍ଚି ବ୍ୟାନର ଜବତ କରିଛି । ଏଥିସହ ମାଓବାଦୀଙ୍କ ଏହି ପିଏଲଜିଏ ପାଳନକୁ ଗୁରୁତ୍ବ ଦେଇ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ସୂଚନା ମୁତାବକ, ଜିଲ୍ଲାର କାଲିମେଳା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଲାଲବାହିନୀର ଦବଦବା ରହିଥିଲା । କିନ୍ତୁ 2016 ମସିହାରେ କାଲିମେଳା ଥାନା ଅଞ୍ଚଳର ଶତାଧିକ ଲୋକେ ମାଓ ସଙ୍ଘଠନର ଅତ୍ୟାଚାରକୁ ବିରୋଧ କରି ସରକାରଙ୍କ ଯୋଜନାରେ ଆକୃଷ୍ଟ ହୋଇ ମାଲକାନଗିରି ପୋଲିସ ନିକଟରେ ନିଜକୁ ଆତ୍ମ ସମର୍ପଣ କରିଥିଲେ ।

ଏହାପରେ ଜିଲ୍ଲା ପ୍ରଶାସନ କାଲିମେଳା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାର ଭରସା ଦେଇଥିଲା। କିନ୍ତୁ ଆତ୍ମସମର୍ପଣ କରିବାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ସୁଦ୍ଧା କାଲିମେଳା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି । ତେବେ ଦୀର୍ଘ ବର୍ଷ ପରେ ପୁଣି ମାଓ ବ୍ୟାନର ଲାଗିବା ପରେ ଅଞ୍ଚଳ ବାସୀଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ଜିଲ୍ଲାରେ ବ୍ୟନେର ମାରି ନିଜ ଦବ ଦବା ଜାହିର କଲା ମାଓ ସଙ୍ଘଠନ । ମାଓବାଦୀଙ୍କ ଚତୁର୍ଥ ଦିନରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କାନାଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି ମାଓ ବ୍ୟନେର ।Body:କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମପଞ୍ଚାୟତ ର ଦୂର୍ଗମ ଆଦିବାସୀ ଗାଁ କାନାଗୁଡା ଗାଁକୁ ଯିବା ବାଟରେ ମାଓ ସଙ୍ଗଠନ ତରଫରୁ ଲାଲରଙ୍ଗର କପଡା ରେ ପିଏଲ ଜିଏ ସପ୍ତାହ ପାଳନ କରିବା ପାଇଁ ଦର୍ଶାଯାଛି । ବିଶେଷ କରି PLGA ସପ୍ତାହ ପାଳନ ପାଇଁ ତିନି ଗୋଟି ବିଷୟକୁ ଦର୍ଶାଯାଇଛି । ଯଥା 1: ଚଳିତ ଡିସେମ୍ବର ମାସ ୨ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି PLGA ଦିବସକୁ ବିପ୍ଳବ ପରମ୍ପରା ଅନୁସାରେ ଗାଁ ଗାଁ ରେ ପାଳନ କରନ୍ତୁ । 2: ଶହିଦଙ୍କ ଅଧିକାର ସ୍ବପ୍ନକୁ ପୂରା କରିବା ପାଇଁ ଶପଥ ନିଅନ୍ତୁ । 3: ପୋଲିସ ଇନଫୋରମୋର ସାଜିଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ଓ ପ୍ରତି ଗାଁ ର ଯୁବକ ଓ ଯୁବତୀ ମାଓ ସଙ୍ଘଠନରେ ଯୋଗ ଦେବା ଲାଗି ଦର୍ଶାଯାଇଛି। ସବା ତଳେ ଲାଲ ସଲାମ୍, ସିପିଆଇ (ମାଓବାଦୀ) ଲେଖାରହିଛି । ବ୍ୟନେର ଲାଗିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଘଟଣାସ୍ଥଳରେ ବିଏସଏଫ ବାହିନୀ ପହଞ୍ଚି ବ୍ୟନେର ଜବତ କରିବା ସହ ମାଓବାଦୀଙ୍କ ଏହି ପିଏଲଜିଏ ପାଳନକୁ ଗୁରୁତ୍ୱ ଦେଇ କୁମ୍ବିଙ୍ଗ ଅପରେସନ ଜୋରଦାର କରା ଯାଇଛି । Conclusion:ସୂଚନା ମୁତାବକ ଜିଲ୍ଲାର କାଲିମେଳା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଲାଲବାହିନୀର ଦବ ଦବା ରହିଥିଲା କିନ୍ତୁ 2016 ମସିହାରେ କାଲିମେଳା ଥାନା ଅଞ୍ଚଳର ଶତାଧିକ ଲୋକେ ମାଓ ସଙ୍ଘଠନର ଅତ୍ୟାଚାର କୁ ବିରୋଧ କରି ସରକାରଙ୍କ ଯୋଜନା ରେ ଆକୃଷ୍ଟ ହୋଇ ମାଲକାନଗିରି ପୋଲିସ ନିକଟରେ ନିଜକୁ ଆତ୍ମ ସମର୍ପଣ କରିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ କାଲିମେଳା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ଗ୍ରାମ ବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାର ଭରସା ଦେଇଥିଲା। କିନ୍ତୁ ଆତ୍ମସମର୍ପଣ କରିବାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ସୁଧା କାଲିମେଳା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଥିବା ବେଳେ ଦୀର୍ଘ ବର୍ଷ ପରେ ପୁଣି ମାଓ ବ୍ୟନେର ଲାଗିବା ପରେ ଅଞ୍ଚଳ ବାସୀଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.