ETV Bharat / state

ଥମୁନି ଜନନୀ ଯନ୍ତ୍ରଣା: 4 କିମି ଭାରରେ ବୁହା ହେବା ପରେ ମୃତ ଶିଶୁ ଜନ୍ମ - ପୁଣି ଭାରରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତର ତିଆଲୁମା ଗାଁରେ ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ଆଜି ଜଣେ ଗର୍ଭବତୀଙ୍କୁ ପାହାଡିଆ ଖାଲଖମା ରାସ୍ତାରେ 4 କିିମି ଭାରାରେ ବୁହା ହୋଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ...

ଥମୁନି ଜନନୀ ଯନ୍ତ୍ରଣା
ଥମୁନି ଜନନୀ ଯନ୍ତ୍ରଣା
author img

By

Published : Sep 5, 2020, 2:51 PM IST

ମାଲକାନଗିରି: ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଦୁନିଆ ଦେଖିପାରିଲା ନାହିଁ ନବଜାତକ । ପ୍ରଥମେ ଗର୍ଭବତୀଙ୍କୁ ପାହାଡିଆ ଖାଲଖମା ରାସ୍ତାରେ 4 କିମି ନେବା ପରେ ହସ୍ପିଟାଲକୁ ଅଣାଯାଇଥିଲା । ହେଲେ ପ୍ରସବ ସମୟରେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତର ତିଆଲୁମା ଗାଁରେ ।

ଥମୁନି ଜନନୀ ଯନ୍ତ୍ରଣା
ଥମୁନି ଜନନୀ ଯନ୍ତ୍ରଣା

ତିଆଲୁମା ଗାଁର ମାରଗେଲ ଆମୟାଙ୍କ ପତ୍ନୀ ମାରଗେଲ ଲଛମି ଗର୍ଭବତୀ ଥିଲେ। ତାଙ୍କର ଜନନୀ ଯନ୍ତ୍ରଣା ଆରମ୍ଭ ହେବାରୁ ମୋବାଇଲ ଟାୱାର ନିକଟକୁ ଆସି ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଉକ୍ତ ଅଞ୍ଚଳରେ ରାସ୍ତା ଘାଟ ନଥିବାବେଳେ ଛୋଟ ଛୋଟ ଝରଣା ସହିତ ଦୁର୍ଗମ ପାହାଡିଆ ପାଦ ଚଲା ରାସ୍ତା ରହିଛି । ଫଳରେ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରି ଅଧା ବାଟରେ ଅଟକି ରହିଥିଲା ।

ଥମୁନି ଜନନୀ ଯନ୍ତ୍ରଣା

ସେପଟେ ଗର୍ଭବତୀଙ୍କ ଯନ୍ତ୍ରଣା ବଢିବାରୁ ପରିବାର ଲୋକେ ଓ ପଡୋଶୀ ନିରୁପାୟ ହୋଇ ତିଆଲୁମା ମୁଡି ରୁ ବେଡ଼ସିଟରେ ଭାର କରି ତିନୋଟି ଗାଁ ପେଡାଲାଙ୍କା, ମାରିଗୁଡା ଓ ଗମେଣ୍ଟଗୁଡା ଗାଁ ଦେଇ 4 କିଲୋମିଟର ଗର୍ଭବତୀ ମହିଳାଙ୍କୁ ଭାରରେ ବୋହିଥିଲେ। କପାତୁଟି ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ପାପୁଲୁରର ପେଟାଲ ମେଡିକାଲ ନିଆଯାଇଥିଲା । ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାକୁ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ସେଠି ପ୍ରଶବ ସମୟରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.