ETV Bharat / state

କୋଟିଆ ପରେ ଜୁମଡାଙ୍ଗ ଗାଁ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି - ଜୁମଡାଙ୍ଗ ଗ୍ରାମ

କୋରାପୁଟର କୋଟିଆ ପରେ ମାଲକାନଗିରି ଜିଲ୍ଲାର ଜୁମଡାଙ୍ଗ ଗ୍ରାମରେ ଆନ୍ଧ୍ର ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଏହାକୁ ହାତେଇବାକୁ ଉଦ୍ୟମ କରୁଥବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

After Kotia, Andhra government's eyes on Jumadanga village of Malkangiri district
କୋଟିଆ ପରେ ଜୁମଡାଙ୍ଗ ଗ୍ରାମରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି
author img

By

Published : Feb 13, 2021, 1:17 PM IST

ମାଲକାନଗିରି: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଥମିନଥିବା ବେଳେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମ ଉପରେ ପୁଣି ଲୋଲୁପ ଦୃଷ୍ଟି ପକାଇଛି । ଓଡିଶା ସରକାରଙ୍କ ଅବହେଳାର ସୁଯୋଗ ନେଇ ନାନା ସୁବିଧା ଆନ୍ଧ୍ର ସରକାର ସୁବିଧା ଯୋଗାଉଥିବା ଦେଖିବାକୁ ମିଳୁଛି । ତେବେ କୋଟିଆ ଭଳି ଧୂଳିପୁଟ ପଞ୍ଚାୟତରେ ଏଭଳି ସମସ୍ୟା ନ ଉପୁଜିବା ଲାଗି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

କୋଟିଆ ପରେ ଜୁମଡାଙ୍ଗ ଗ୍ରାମରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ତେବେ ଜୁମଡାଙ୍ଗ ଗ୍ରାମରେ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାରେ ଅବହେଳା କରୁଥିବାରୁ ଗ୍ରାମବାସୀ ଆନ୍ଧ୍ର ଭୋଟ ପର୍ଯ୍ୟାୟରେ ଭାଗ ନେବାକୁ ଆଶାୟୀ ରହିଛନ୍ତି । ଆନ୍ଧ୍ର ସରକାର ଜୁମଡାଙ୍ଗବାସୀଙ୍କୁ ସହାୟତା ଯୋଗାଇ ଦେଇ ନିଜ ଆଡକୁ ଆକର୍ଷିତ କରୁଛନ୍ତି । ଆନ୍ଧ୍ର ସରକାର ପ୍ରଥମେ ଗ୍ରାମବାସୀଙ୍କ ନିମନ୍ତେ ପାନୀୟ ଜଳ, ତାପରେ ଆଲୋକ ସଂଯୋଗୀକରଣ, ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକ ନିଯୁକ୍ତି, ଭୋଟର ପରିଚୟପତ୍ର , ଆଧାରକାର୍ଡ, ରାସନକାର୍ଡ ଯୋଗାଇ ଦେଇଛନ୍ତି ।

ସେପଟେ ଜୁମଡାଙ୍ଗ ଗ୍ରାମଟି ଓଡିଶା ରାଜ୍ୟ ମଧ୍ୟରେ ଥାଇ ମଧ୍ୟ ରାଜ୍ୟ ସରକାର ଗ୍ରାମବାସୀଙ୍କୁ ଚାଉଳ ଛଡା ଆଉ କିଛି ସୁବିଧା ଯୋଗାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ମୌଳିକ ସୁବିଧାରୁ ବଞ୍ଚିତ ଥିବାବେଳେ ଆନ୍ଧ୍ର ସରକାର ସମସ୍ତ ସୁବିଧା ଯୋଗାଉଛନ୍ତି । ଏହି ଅଞ୍ଚଳର ଲୋକମାନେ ଓଡ଼ିଆ ଭାଷା ଛଡ଼ା ତେଲୁଗୁ ଭାଷାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି ।

ଏହି ଗ୍ରାମରେ ଓଡିଶା ଓ ଆନ୍ଧ୍ର ଉଭୟ ସରକାରଙ୍କର ଭୋଟର କାର୍ଡ, ଆଧାରକାର୍ଡ, ରାସନକାର୍ଡର ବ୍ୟବହାର ହେଉଛି । ଗ୍ରାମବାସୀ ଆନ୍ଧ୍ର ସହ ଓଡିଶାରୁ ମଧ୍ୟ ଚାଉଳ ଓ ଭତ୍ତା ବାବଦକୁ 2000 ଟଙ୍କା ଆନ୍ଧ୍ର ସରକାରଙ୍କଠାରୁ ଆଣୁଥିବା ଦେଖିବାକୁ ମିଳିଛି । ଆନ୍ଧ୍ର ସରକାରଙ୍କଠାରୁ ଏତେ ଦିନ ଧରି ମୌଳିକ ସୁବିଧା ସୁଯୋଗ ପାଇବା ପରେ ଗ୍ରାମବାସୀ ନିକଟସ୍ଥ ପେଡାବାଲିକୁ ଯାଇ ପଞ୍ଚାୟତକୁ ଯାଇ ନିର୍ବାଚନରେ ଭାଗ ନେବେ ବୋଲି କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.