ETV Bharat / state

୫୦ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ୩ ଗିରଫ - Ganja seized, 3 arrested

୩ ଜଣ ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ଚିତ୍ରକୋଣ୍ଡା ପୋଲିସ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ୫୦୨ କେଜି ଗଞ୍ଜେଇ ଜବତ। ଅଧିକ ପଢନ୍ତୁ...

୫୦୨ କିଲୋ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ
୫୦୨ କିଲୋ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ
author img

By

Published : Jan 1, 2021, 7:49 AM IST

ମାଲକାନଗିରି: ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ୩ ଜଣ ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ଥାନା କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ହଳଦିଆ ରଙ୍ଗର ଅଟୋକୁ ଅଟକାଇ ଥିଲେ।

ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣା ପଡ଼ିଥିଲା। ପୁଲିସ କହିବାନୁଯାୟୀ ଗଞ୍ଜେଇ ବୋଝେଇ ଗାଡି ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଯାଇଛି।

ସେମାନଙ୍କ ନିକଟରୁ ୫୦୨ କେଜି ଗଞ୍ଜେଇ ସହ ନଗଦ ୪୨୧୦ ଟଙ୍କା, ୩ଟି ମୋବାଇଲ ଓ ୨ଟି ମୋଟର ସାଇକେଲ ପୋଲିସ ଜବତ କରିଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଥାନାରେ ଏକ କେସ ରୁଜୁ କରାଯାଇ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମାଲକାନଗିରିରୁ ଦେବଦୁତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.