ମାଲକାନଗିରି: ଆଜି (ମଙ୍ଗଳବାର) ଠାରୁ ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ୧୮ ରୁ ୪୪ ବର୍ଷ ବୟସଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଆଜି ଏବଂ ଆସନ୍ତାକାଲି(ବୁଧବାର) ଦୁଇ ଦିନ ଧରି ଏହି ଟୀକାକରଣ ପ୍ରଦାନ କରାଯିବ। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୨୫୦୦ ଟିକା ଆସିଛି । ସଦର ମହକୁମାରେ ୫ଟି ସ୍ଥାନରେ ଟୀକାକରଣ ବ୍ୟବସ୍ଥା କରାଯାଇଛି ।
ପ୍ରତ୍ୟେକ କେନ୍ଦ୍ରରେ ୨୫୦ ଜଣଙ୍କୁ ଟିକାପ୍ରଦାନ କରାଯିବ ବୋଲି କୁହାଯାଇଛି । ଆଜି ୧୨୫୦ ଜଣଙ୍କୁ ଏବଂ ଆସନ୍ତାକାଲି ମଧ୍ୟ ୧୨୫୦ ଜଣଙ୍କୁ ଟୀକାକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ