ETV Bharat / state

World Radio Day: ସ୍ଥାନୀୟ ଭାଷାରେ ସମ୍ପର୍କ ବଢ଼ାଉଛି ରେଡ଼ିଓ ଢିମ୍‌ସା

କୋରାପୁଟରେ ପୁରପଲ୍ଲୀରେ ଆଦୃତ ହେଉଛି ରେଡିଓ ଢିମ୍‌ସା । କାର୍ଯ୍ୟକ୍ରମ ଗୁଡ଼ିକୁ ସ୍ଥାନୀୟ ଭାଷାରେ ପ୍ରସ୍ତୁତ କରାଯାଉଥିବାରୁ ସାଧାରଣ ଲୋକେ ବିଷୟ ଗୁଡିକୁ ଠିକ ଭାବେ ବୁଝିବା ସମ୍ଭବ ହେଉଛି । ଅଧିକ ପଢ଼ନ୍ତୁ

author img

By

Published : Feb 13, 2023, 10:25 PM IST

ପୁରପଲ୍ଲୀରେ ଆଦୃତ ହେଉଛି ରେଡିଓ ଢିମ୍‌ସା
ପୁରପଲ୍ଲୀରେ ଆଦୃତ ହେଉଛି ରେଡିଓ ଢିମ୍‌ସା
ପୁରପଲ୍ଲୀରେ ଆଦୃତ ହେଉଛି ରେଡିଓ ଢିମ୍‌ସା

କୋରାପୁଟ: ସୋମବାର ଥିଲା ବିଶ୍ବ ରେଡିଓ ଦିବସ । କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ଉମୁରି ଗାଁ ନିଶାଣିମୁଣ୍ଡା ନିକଟ ମଣ୍ଡପରେ କିଛି ମହିଳା ପ୍ରତିଦିନ ବସି ରେଡିଓ ଶୁଣିଥାନ୍ତି । ସେମାନେ ହେଲେ ରେଡିଓ ଢିମ୍‌ସାର ଶ୍ରୋତା ମଣ୍ଡଳୀ । ତେବେ ରେଡିଓ ଢିମ୍‌ସା କମ୍ୟୁନିଟି ଦ୍ବାରା କାର୍ଯ୍ୟକ୍ରମ ଗୁଡ଼ିକୁ ସ୍ଥାନୀୟ ଭାଷାରେ ପ୍ରସ୍ତୁତ କରାଯାଉଥିବାରୁ ଏହା ପୁରପଲ୍ଲୀରେ ଆଦର ସାଉଁଟିବାରେ ଲାଗିଛି ।

ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କୋରାପୁଟ ଅଞ୍ଚଳର ଲକ୍ଷାଧିକ ଶ୍ରୋତାଙ୍କ ପାଇଁ ସ୍ଥାନୀୟ ଦେଶିଆ ଭାଷାରେ ସରକାରୀ ଯୋଜନା ଓ ବିଶ୍ବକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟ ସମ୍ପର୍କରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରସାରଣ କରାଯାଏ । କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ 'ଶୋଭା' ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମ 'ରେଡିଓ ଢିମ୍‌ସା' ପୁରପଲ୍ଲୀରେ ଆଦର ସାଉଁଟିବାରେ ଲାଗିଛି । କୋରାପୁଟରୁ ମାତ୍ର ୬ କିଲୋମିଟର ଦୂର ମାଛରା ନିକଟରେ ଥିବା ରେଡିଓ ଢିମ୍‌ସା କମ୍ୟୁନିଟି ରେଡିଓ ଷ୍ଟେସନର ପରିଚାଳକ ଉଦୟନାଥ ହନ୍ତାଳଙ୍କ କହିବା ଅନୁଯାୟୀ, କୋରାପୁଟ ଅଞ୍ଚଳର ୬ଟି ପଞ୍ଚାୟତର ୬୩ଟି ଗ୍ରାମରେ ଢିମ୍‌ସା ରେଡିଓ ଶ୍ରୋତା ମଣ୍ଡଳୀ ଗଠନ କରାଯାଇ ଏହି କେନ୍ଦ୍ର ଦ୍ବାରା ପ୍ରସ୍ତୁତ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇ ଦିଆଯାଇପାରୁଛି ।

ଏହି କେନ୍ଦ୍ରରେ ପ୍ରାୟ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ସ୍ଥାନୀୟ ଭାଷାରେ ପ୍ରସ୍ତୁତ କରାଯାଉଥିବା ଯୋଗୁଁ ସାଧାରଣ ଲୋକେ ବିଷୟ ଗୁଡିକୁ ଠିକ ଭାବେ ବୁଝିବା ସମ୍ଭବ ହେଉଥିବା ଉମୁରିର ଢିମ୍‌ସା ରେଡିଓ ଶ୍ରୋତା ମଣ୍ଡଳୀ ସଦସ୍ୟ ଡିମ୍ପଲ ନାଗ ଜଣାଇଛନ୍ତି । ସବୁଦିନ କିଛି କିଛି ବିଷୟରେ ପ୍ରସାରଣ ହେଉଥିବାବେଳେ ଆଜି ଭଳି ସ୍ବତନ୍ତ୍ର ଦିବସରେ କିଛି ସ୍ବତନ୍ତ୍ର ବିଷୟ ଉପରେ ପ୍ରସାରଣ ହୋଇଥାଏ । ସେହି ବିଷୟକୁ ନେଇ ବ୍ୟାପକ ଚର୍ଚ୍ଚା ମଧ୍ୟ କରାଯାଇଥାଏ ବୋଲି ସେ ଜଣାଇଛନ୍ତି । ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରାଯିବା ସହ ରେଡିଓ ମାଧ୍ୟମରେ ଶାନ୍ତି ଓ ଭାତୃଭାବ ସୃଷ୍ଟି କରାଯାଇ ପାରୁଛି ବୋଲି ରେଡିଓ ଢିମ୍‌ସା କମ୍ୟୁନିଟି ରେଡିଓ ଷ୍ଟେସନର ପରିଚାଳକ ଉଦୟନାଥ ହନ୍ତାଳ ମତ ରଖିଛନ୍ତି ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.