ETV Bharat / state

କଟା ଗଛର ମାଲିକାନା ଦ୍ଵନ୍ଦରେ କାଠ ବୋଝେଇ ଟ୍ରକ ଅଟକ

କୋରାପୁଟ ଜିଲ୍ଲାରେ ଗଛ କଟା ବଦଳରେ ବିଭାଗ ପକ୍ଷରୁ ପଞ୍ଚାୟତକୁ ଅର୍ଥ ନ ଦେବାକୁ ଗ୍ରାମବାସୀଙ୍କ ବିରୋଧ । ଅଧିକ ପଢନ୍ତୁ...

ଅଟକିଲା କାଠ ବୋଝେଇ ଟ୍ରକ
ଅଟକିଲା କାଠ ବୋଝେଇ ଟ୍ରକ
author img

By

Published : Jan 26, 2021, 4:35 PM IST

କୋରାପୁଟ: ଜିଲ୍ଲାର ବାଗ୍ରା ଛକ ଠାରୁ ମହାଦେଇପୁଟ ଦେଇ ପୋଡ଼ାଗଡ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ଅନେକ ପୁରୁଣା ଗଛ କଟାଯାଇଛି । କାଠ କାଟି ଟ୍ରକରେ ବୋଝେଇ ହେବା ପରେ ଓଏଫଡିସି ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଛି ।

ଅଟକିଲା କାଠ ବୋଝେଇ ଟ୍ରକ

ଗତ କିଛିଦିନ ପୂର୍ବେ ପ୍ରଥମ ଟ୍ରକକୁ ମହାଦେଇପୁଟ ଛକରେ ଅଟକାଇ ଗ୍ରାମବାସୀ କାଠକୁ ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ । ବନ ବିଭାଗ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାବୁଝି କରିବା ପରେ ପଞ୍ଚାୟତକୁ ରସିଦ ନେଇ ଦୁଇ ହଜାର ଟଙ୍କା ବିନିମୟରେ ଟ୍ରକ ଟିକୁ ମୁକୁଳାଇ ନେଇଯାଇଥିବା ମହାଦେଇପୁଟ ନାଏବ ସରପଞ୍ଚ ଶିବ ଗୋଲୋରୀ ଜଣାଇଛନ୍ତି ।

ମାତ୍ର ପୁଣି ଥରେ ଆଉ ଏକ ଟ୍ରକ କାଠ ବୋହି ନେଲାବେଳେ ପଞ୍ଚାୟତକୁ ପୂର୍ବ ଭଳି ଅର୍ଥ ନଦେବା ଯୋଗୁଁ ଗ୍ରାମବାସୀ ଟ୍ରକଟିକୁ ଅଟକାଇ ରଖିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ନକରି ଗଛ କାଟିବା ଠାରୁ ଆରମ୍ଭ କରି ଫଳନ୍ତି ଆମ୍ବ ଗଛ ଗୁଡିକୁ କାଟି ଦେଇଥିବା ଯୋଗୁଁ ଜନ ଅସନ୍ତୋଷ ଦେଖାଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ କଟାଯାଇଥିବା କାଠ ପଞ୍ଚାୟତକୁ ଦେଇ ଦେବା କିମ୍ବା ଓଏଫଡିସି ନେଇଯାଉଥିବା କାଠ ବଦଳରେ ପଞ୍ଚାୟତକୁ କିଛି ଅର୍ଥ ପ୍ରଦାନ କଲେ ସେ ଅର୍ଥରେ ନୂତନ ବୃକ୍ଷ ରୋପଣ କରିପାରନ୍ତେ ବୋଲି ଗ୍ରାମବାସୀ ଯୁକ୍ତି ବାଢ଼ିଛନ୍ତି । କୋରାପୁଟରୁ ରାୟଗଡା ମଧ୍ୟରେ ଶହ ଶହ ବୃକ୍ଷ କଟାଯାଇ ବର୍ଷ ବର୍ଷ ବିତିଯାଇଥିଲେହେଁ ଏ ପର୍ଯ୍ୟନ୍ତ କଟାଯାଇଥିବା ଗଛ ବଦଳରେ ବିଭାଗ ତରଫରୁ ଆଉ ଏକ ଗଛ ଲଗା ଯାଇନଥିବା ଯୋଗୁଁ ଏଥର ଗ୍ରାମବାସୀ ନିଜେ ଗଛ ଲଗାଇ ନଷ୍ଟ ହୋଇଥିବା କିଛି ମାତ୍ରାରେ ପୂରଣ କରିବାପାଇଁ ଆଗେଇ ଆସିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.