ETV Bharat / state

ରୋଜଗାରର ରାହା ଦେଖାଇଲା ଗୋପାଳନ, ସ୍ବାବଲମ୍ବୀ ହୋଇ 25 ପରିବାରର ଅନ୍ନଦାତ୍ରୀ ସାଜିଲେ କୋରାପୁଟର ନମିତା

author img

By ETV Bharat Odisha Team

Published : Sep 8, 2023, 6:30 PM IST

ଗୋପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ 25 ପରିବାରଙ୍କ ସାହାରା ସାଜିଛନ୍ତି ନମିତା। ମହିଳା ଉଦ୍ୟୋଗୀ ନମିତାଙ୍କ ଏଭଳି ଉଦ୍ୟମ ସମଗ୍ର ମହିଳା ସମାଜ ପାଇଁ ପ୍ରେରଣାଦାୟକ ହୋଇଛି। ଅଧିକ ପଢ଼ନ୍ତୁ

women entrepreneur in koraput
ଗୋପାଳନ କରି ସ୍ବାବଲମ୍ବୀ ହେଲେ ନମିତା
ଗୋପାଳନ କରି ସ୍ବାବଲମ୍ବୀ ହେଲେ ନମିତା

କୋରାପୁଟ: କ୍ଷୀର ବ୍ୟବସାୟ କରି ସ୍ବାବଲମ୍ବୀ ହୋଇଛନ୍ତି କୋରାପୁଟର ନମିତା ପାଟ୍ଟଯୋଶୀ। ସେ ନିଜେ ଆର୍ଥିକ ରୋଜଗାର7ମ ହେବା ସହ ପରିବାର ଚଳାଇବାରେ ସ୍ବାମୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏଥି ସହିତ ଶାଶୁଙ୍କ ନାଁରେ 'କାଞ୍ଚନ ଗୋପାଳନ କେନ୍ଦ୍ର' କରି 25ଜଣ ମହିଳା ଓ ପୁରୁଷଙ୍କୁ ମଧ୍ୟ ରୋଜଗାର ଯୋଗାଇଛନ୍ତି l ନମିତାଙ୍କ ଏଭଳି ଉଦ୍ୟମ ଆଜି ସମଗ୍ର ମହିଳା ସମାଜ ପାଇଁ ପ୍ରେରଣାଦାୟକ ହୋଇଛି।

କୋରାପୁଟ ହାଉସିଂବୋର୍ଡର ନମିତା ପାଟ୍ଟଯୋଶୀ 1987 ମସିହାରେ ବିବାହ ହୋଇଥିଲେ । ସେହି ସମୟରେ ପରିବାର ଚଳାଇବାରେ ଅନେକ ସମସ୍ୟା ଦେଖାଦେଇଥିଲା । ଏପରିକି ସ୍ଵାମୀ ନିରଞ୍ଜନ ପାଢ଼ୀଙ୍କ ସ୍ବଳ୍ପ ରୋଜଗାର ଯୋଗୁଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିଥିଲା। ଏପରିକି ପିଲାଙ୍କ ପାଠପଢ଼ା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିଲା । ତେଣୁ ଏହି ଖର୍ଚ୍ଚ ବାହାର କରିବା ଲକ୍ଷ୍ୟରେ ଧାରଉଧାର କରି 5 ହଜାର ଟଙ୍କା ଦେଇ ଗୋଟିଏ ଗାଈ କିଣି ଆଣିଥିଲେ ନମିତା। ଗାଈଟି ଦିନକୁ ମାତ୍ର 5 ଲିଟର କ୍ଷୀର ଦେଉଥିବାବେଳେ ସେଥିରୁ ନିଜ ପରିବାର ବ୍ୟବହାର ପାଇଁ କିଛି ରଖି ବଳକା କ୍ଷୀର ବିକ୍ରି କରି ସେଥିରେ ପିଲାଙ୍କ ଟ୍ୟୁସନ ଖର୍ଚ୍ଚ ତୁଲାଉଥିଲେ। ଧୀରେଧୀରେ ଗାଈ ସଂଖ୍ୟା ବଢ଼ିବା ପରେ ଏବେ 150ଟି ଗାଈ ରଖି କ୍ଷୀର ବ୍ୟବସାୟ କରୁଛନ୍ତି ।

ସିନ୍ଧି, ହରିୟାଣା, ଜର୍ଶୀ ଓ ଦେଶୀ କିସମର ଗାଈ ପାଳନ କରି କ୍ଷୀର, ଦହି, ପନିର ଓ ଘିଅ ଆଦି ପ୍ରସ୍ତୁତ କରି ସେ ବିକ୍ରି କରୁଛନ୍ତି । ସକାଳେ ଓ ସନ୍ଧ୍ୟାରେ ଏହି କେନ୍ଦ୍ରରେ ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ବର୍ତ୍ତମାନ ଦିନକୁ ପ୍ରାୟ 600 ଲିଟର କ୍ଷୀର ସଂଗ୍ରହ କରି ବିକ୍ରି କରୁଛନ୍ତି ନମିତା ପାଟ୍ଟଯୋଶୀ l ଅଭାବ ମଧ୍ୟରେ ପରିବାର ଚଳାଇବା ପାଇଁ ଅଣ୍ଟା ଭିଡ଼ିଥିବା ନମିତା ନିଜ ଶାଶୁ କାଞ୍ଚନଙ୍କ ନାମରେ 'କାଞ୍ଚନ ଗୋପାଳନ କେନ୍ଦ୍ର ଖୋଲି ଆଜି 25ଜଣଙ୍କ ପାଇଁ ଅନ୍ନଦାତ୍ରୀ ପାଲଟିଛନ୍ତି । ଯେଉଁଥିପାଇଁ ପ୍ରାୟ 17 ଜଣ ମହିଳା ଓ 8 ଜଣ ପୁରୁଷ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଏହା ବି ପଢନ୍ତୁ...ଗୋପାଳନ କରି ମାଲେମାଲ ରାମଚନ୍ଦ୍ର: ମାସକୁ ଆୟ କରୁଛନ୍ତି ୫୦ ହଜାର, 40 ମହିଳାଙ୍କୁ ଦେଇଛନ୍ତି ରୋଜଗାର

ଏପରିକି ଗୋଶାଳାରେ କାମ କରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ଦେଖାଶୁଣା, ପାଠପଢ଼ା ସମେତ ସୁବିଧା ଅସୁବିଧା ସବୁ ପଚାରି ବୁଝିଥାଆନ୍ତି ନମିତା । ଅଭାବରେ ରହି ଆଗକୁ ବଢ଼ିବା ଶିଖିଥିବା ନମିତା ସେମାନଙ୍କ ପାଇଁ ଅନ୍ନଦାତ୍ରୀ ପାଲଟିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି। ସେମାନଙ୍କ ପିଲାମାନେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଥିବାବେଳେ ଅସୁବିଧା ସମୟରେ ନମିତା ପାଖେ ପାଖେ ରହି ଆସୁଥିବା କର୍ମଚାରୀମାନେ କହିଛନ୍ତି । ସେପଟେ ନମିତା ପାଟ୍ଟଯୋଶୀଙ୍କ କହିବା କଥା, ମୁଁ ଚାହେଁ ସେମାନଙ୍କ ପିଲାମାନେ କେବେ ଶିକ୍ଷାଦାନରୁ ବଞ୍ଚିତ ନହୁଅନ୍ତୁ । ନିଜେ ଅଭାବ ଅନଟନର କଷ୍ଟକୁ ବୁଝିଛି । ସେଥିପାଇଁ ସେମାନଙ୍କ ସୁବିଧା ଅସୁବିଧାରେ ଛିଡ଼ା ହେବାକୁ ପ୍ରତିଶୃତି ଦେଇଛି ।"

ସେଥିପାଇଁ କାଞ୍ଚନ ଗୋପାଳନ କେନ୍ଦ୍ରକୁ ମହିଳା ସଶକ୍ତିକରଣର ଏନ୍ତୁଡ଼ିଶାଳ ବୋଲି ସେଠାକାର ଲୋକେ କୁହନ୍ତି । ଏହାସହ "ଅଭାବ ସମୟରେ ଭାଙ୍ଗି ନପଡ଼ି ଧୈର୍ଯ୍ୟ ରଖି ଆଗକୁ ବଢ଼ିଲେ ସ୍ବାବଲମ୍ବୀ ହୋଇପାରିବେ" ବୋଲି ନମିତା ପରାମର୍ଶ ଦେଇଛନ୍ତି । ବିନା ସରକାରୀ ପ୍ରୋତ୍ସାହନ ଓ ଋଣ ସହାୟତାରେ ସେ ଏହି ସ୍ଥିତିରେ ପହଞ୍ଚିଥିବା ବେଳେ ସରକାରୀ ସହାୟତା ମିଳିଲେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.