ETV Bharat / state

କୋରାପୁଟର ଶୀତର ଆସର: ଗରମ ଗରମ ଚା' ସାଙ୍ଗକୁ ନିଆଁର ଉଷ୍ମତା

ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । କୋରାପୁଟିଆ ଶୀତ ତାର ପ୍ରଭାବ ବିସ୍ତାର କରିବାରେ ପଛଘୁଞ୍ଚା ଦେଉନାହିଁ । କେହି କମ୍ବଳ ଘୋଡାଇ ଚାଲବୁଲ କରୁଛି ତ ଚା'ଦୋକାନରେ ଭିଡ ଜମାଇ ଗରମ ଗରମ ଚା'ପିଇ ଓ କାଠରୁ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଇବା ଚେଷ୍ଟା କରୁଛି । ଅଧିକ ପଢନ୍ତୁ...

author img

By

Published : Dec 25, 2019, 2:18 PM IST

winter-seasion-heavy-cold-in-koraput
ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

କୋରାପୁଟ: ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । କୋରାପୁଟିଆ ଶୀତ ତାର ପ୍ରଭାବ ବିସ୍ତାର କରିବାରେ ପଛଘୁଞ୍ଚା ଦେଉନାହିଁ । କିନ୍ତୁ କୋରାପୁଟିଆ ମଣିଷ ବି ଶୀତର ତୀବ୍ରତାକୁ ସାମନା କରି ବିଭିନ୍ନ ଉପାୟରେ ଉପଭୋଗ କରୁଛନ୍ତି ।

କିଏ କେମିତି ନେଉଛି କୋରାପୁଟିଆ ଶୀତର ଆନନ୍ଦ

କୋରାପୁଟରେ ଶୀତର ଆଗମନ ସହିତ କାକରର ପ୍ରଭାବ ବଢିବଢି ଚାଲେ । କେହି କମ୍ବଳ ଘୋଡାଇ ଚାଲବୁଲ କରୁଛନ୍ତି ତ ଆଉ କେହି ନିଆଁ ଜାଳି ଉଷ୍ମତାକୁ ଅନୁଭବ କରୁଛନ୍ତି । ଚା'ଦୋକାନରେ ଭିଡ ଜମାଇ ଗରମ ଗରମ ଚା'ପିଇ ମନ ପ୍ରାଣ ଓ ଶରୀରକୁ ସତେଜ ରଖିବାର ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାବି କିଛି କମ୍ ନୁହେଁ । ତେବେ ସ୍ବାସ୍ଥ୍ୟ ପ୍ରତି ସଚେତନ ହେଉଥିବା ସହରବାସୀ ବ୍ୟାୟାମ କରି ଶୀତର ପ୍ରକୋପକୁ ସାମନା କରିବାକୁ ଶ୍ରେୟ ମଣୁଛନ୍ତି ।

କୋରାପୁଟ ପୌରପରିଷଦ ଆନୁକୂଲ୍ୟରେ ପରିଚାଳିତ ହେଉଥିବା ଚନ୍ଦନ ପୋଖରୀର ଉଦ୍ୟାନ ଓ ତନ୍ମମଧ୍ୟରେ ଥିବା ମୁକ୍ତାକାଶ ବ୍ୟାୟାମଶାଳା ଜନସାଧାରଣଙ୍କୁ ଏ ଦିଗରେ ବିଶେଷ ସହାୟକ ହୋଇପାରୁଛି । ଏହି ଉଦ୍ୟାନ ମଧ୍ୟରେ ସକାଳେ ସନ୍ଧ୍ୟାରେ ଲୋକେ ଚାଲିବା ସହ ବିଭିନ୍ନ ଉପକରଣକୁ ବ୍ୟବହାର କରି ବ୍ୟାୟାମ କରୁଛନ୍ତି । ସହରବାସୀ ଶୀତୁଆ ସକାଳ ଓ ସନ୍ଧ୍ୟାକୁ ଅତି ସହଜ ଓ ପ୍ରଭାବଶାଳୀ ମାଧ୍ୟମରେ ସାମନା କରିବାରେ ସକ୍ଷମ ହେଉଛନ୍ତି ।

କୋରାପୁଟ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଶୀତ ଆସିଛି । କୋରାପୁଟିଆ ଶୀତ ତାର ପ୍ରଭାବ ବିସ୍ତାର କରିବାରେ ପଛଘୁଞ୍ଚା ଦେଇନାହିଁ । କିନ୍ତୁ କୋରାପୁଟିଆ ମଣିଷ ବି ଶୀତର ତିବ୍ରତାକୁ ସାମନା କରି ବିଭିନ୍ନ ଉପାୟରେ ଉପଭୋଗ କରୁଛି ।Body:କେହି କମ୍ବଳ ଘୋଡାଇ ଚାଲବୁଲ କରୁଛି ତ ଆଉ କେହି ନିଆଁ ଜଳାଇ ଉଷ୍ମତାକୁ ଅନୁଭବ କରୁଛି । ଚା'ଦୋକାନରେ ଭିଡ ଜମାଇ ଗରମ ଗରମ ଚା'ପିଇ ମନ ପ୍ରାଣ ଓ ଶରୀରକୁ ସତେଜ ରଖିବା ର ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାବି କିଛି କମ୍ ନୁହେଁ । ତେବେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଉଥିବା ସହରବାସୀ ବ୍ୟାୟାମ କରି ଶୀତ ର ପ୍ରକୋପକୁ ସାମନା କରିବା ଶ୍ରେୟ ମଣୁଛନ୍ତି । କୋରାପୁଟ ପୌରପରିଷଦ ଆନୁକୁଲ୍ୟରେ ପରିଚାଳିତ ହେଉଥିବା ଚନ୍ଦନ ପୋଖରୀର ଉଦ୍ୟାନ ଓ ତନ୍ମଧ୍ୟରେ ଥିବା ମୁକ୍ତାକାଶ ବ୍ୟାୟାମଶାଳା ଜନସାଧାରଣଙ୍କୁ ଏ ଦିଗରେ ସହଯୋଗର ହାତ ବଢ଼ାଇଦେଇଛି । ଉଦ୍ୟାନ ମଧ୍ୟରେ ସକାଳେ ସନ୍ଧ୍ୟାରେ ଚାଲିବା ସହ ବିଭିନ୍ନ ଉପକରଣକୁ ବ୍ୟବହାର କରି ବ୍ୟାୟାମ କରୁଥିବା ସହରବାସୀ ଶୀତୁଆ ସକାଳ ଓ ସନ୍ଧ୍ୟାକୁ ଅତି ସହଜ ଓ ପ୍ରଭାବଶାଳୀ ମାଧ୍ୟମରେ ସାମନା କରିବାରେ ସକ୍ଷମ ହେଉଛନ୍ତି । Conclusion:......
ବାଇଟ : ସ୍ଥାନୀୟ ମହିଳା
ବାଇଟ : ସ୍ଥାନୀୟ ମହିଳା
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.