ETV Bharat / state

ଭଲମନ୍ଦ ବୁଝୁନି ଓଡିଶା ! ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି 8ଟି ଗାଁର ଲୋକେ

ଓଡିଶା ସରକାର ଭଲମନ୍ଦ ବୁଝୁନଥିବା ଅଭିଯୋଗରେ ଆନ୍ଧ୍ରରେ ମିଶିବାକୁ ମନସ୍ଥ କରି ଆନ୍ଧ୍ର ବିଧାୟକଙ୍କୁ ଭେଟିଲେ ସୀମାବର୍ତ୍ତୀ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ଆନ୍ଧ୍ରରେ ମିଶିବାକୁ ଆଗ୍ରହ ପ୍ରକାଶ କଲେ ଓଡିଶାର ଗ୍ରାମବାସୀ

author img

By

Published : Jul 9, 2021, 9:07 AM IST

କୋରାପୁଟ: ଓଡ଼ିଶା ସରକାର ଭଲମନ୍ଦ ବୁଝୁ ନଥିବା ଅଭିଯୋଗ କରି ଆନ୍ଧ୍ରରେ ମିଶିବାକୁ କେତେକ ସୀମାବର୍ତ୍ତୀ ଅଞ୍ଚଳବାସୀ ମନସ୍ଥ କରିଛନ୍ତି । ଆନ୍ଧ୍ର ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଓଡିଶାର ସୁଙ୍କି ଓ ଆନ୍ଧ୍ରପ୍ରଦେଶର ସାଲୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ବିଟ୍ରା, ପିଲାକା ବିଟ୍ରା, ଜାମିନ ପାଦୁ, ବୁରା ମାମିଡି, ଆଡ୍ଡା ବଡାବାଲାସା, ଜଙ୍ଗାମ୍ମା ୱାଲାସା, କାରିଡି ଇତ୍ୟାଦି 8ଟି ଗାଁର ଲୋକେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଆଇଟିଡ଼ିଏ ଅଧିକାରୀ କୁରମାନାଥ ଓ ସାଲୁର ବିଧାୟକ ରାଜନ ଦୋରାଙ୍କ ଦ୍ଵାରସ୍ଥ ହୋଇଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶର ସାଲୁର ନିକଟସ୍ଥ ପାଚିପେଣ୍ଟା ମଣ୍ଡଳ କୋନା ୱାଲାସାରେ ଗତକାଲି(ଗୁରୁବାର) ଅନୁଷ୍ଠିତ କୃଷକ ଦିବସ ଉତ୍ସବରେ ସମ୍ପୃକ୍ତ ଗାଁର ପ୍ରାୟ 200 ଆଦିବାସୀ ଯୋଗ ଦେଇଥିବା ଜଣାପଡିଛି । ଓଡିଶା ସରକାରଙ୍କ ଅବହେଳା ଯୋଗୁଁ ସେମାନେ କୌଣସି କଲ୍ୟାଣମୂଳକ ଯୋଜନା ପାଇନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେମାନଙ୍କୁ ଆନ୍ଧ୍ରପ୍ରଦେଶ ନିଜର ଏକ ଅଂଶ ଭାବେ ପରିଗଣିତ କରି ଆପଣେଇ ନେବା ପାଇଁ ଏହି ଗ୍ରାମବାସୀ ଅନୁରୋଧ କରିଥିବା ସୂଚନା ମିଳିଛି ।

ତେବେ ଏହି ଅଞ୍ଚଳ କେଉଁ ରାଜ୍ୟର ସୀମା ମଧ୍ୟରେ ଅଛି ତାହା ଜାଣିବା ପରେ ଯଦି ଆନ୍ଧ୍ର ପ୍ରଦେଶର ହୋଇଥିବ ତେବେ ତୁରନ୍ତ ବ୍ୟବସ୍ଥା କରାଯିବ ଏବଂ ଯଦି ତାହା ଓଡିଶାର ହୋଇଥାଏ ତେବେ ଓଡିଶା ସରକାରଙ୍କୁ ଜନସାଧାରଣଙ୍କ ଅସୁବିଧା ବିଷୟରେ ଅବଗତ କରାଯିବ ବୋଲି ସାଲୁର ବିଧାୟକ ରାଜନ ଦୋରା ପ୍ରତିଶୃତି ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.