ETV Bharat / state

ଲକ୍‌ଡାଉନ ପାଇଁ ଫିକା ପଡ଼ିଲା ଉତ୍କଳ ଦିବସ

author img

By

Published : Apr 1, 2020, 8:08 PM IST

ଆଜି ହେଉଛି ପବିତ୍ର ଉତ୍କଳ ଦିବସ । କିନ୍ତୁ ଏହି ଉତ୍ସବକୁ ଫିକା କରି ଦେଇଛି କୋରୋନା ଆତଙ୍କ । ମହାମାରୀ କୋରୋନା ସଂକ୍ରମଣର ଭୟ ସମସ୍ତ ଉତ୍ସବ ଓ ଆନନ୍ଦ ଉଲ୍ଲାସକୁ ମଳିନ କରିଦେଇଛି । ଅଧିକ ପଢନ୍ତୁ...

Utkal divas faded due to the lockdown
ଲକ୍‌ଡାଉନ ଯୋଗୁ ଫିକା ପଡ଼ିଲା ଉତ୍କଳ ଦିବସ

କୋରାପୁଟ: ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ୮୪ ବର୍ଷ ତଳେ ଅର୍ଥାତ୍‌ ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏଥିପାଇଁ ମହାପୁରୁଷଙ୍କ ଅବଦାନକୁ ରାଜ୍ୟବାସୀ ମନେ ପକାଇବାର ଆଜି ଏକ ଅବସର । ତେବେ କୋରୋନା ଲକ୍‌ ଡାଉନ୍‌ ଏହି ଉତ୍ସବକୁ ଫିକା କରି ଦେଇଛି। ଲକ୍‌ ଡାଉନ ଯୋଗୁଁ ଆଜି ରାଜ୍ୟରେ ଅନ୍ୟ ବର୍ଷ ଭଳି ପାଳିତ ହେବନି ଉତ୍କଳ ଦିବସ । ବିଶେଷ କରି କୋରାପୁଟବାସୀ ବହୁ ଆଡ଼ମ୍ବରର ସହ ପାଳନ କରିଥାନ୍ତି ଏହି ଦିବସଟିକୁ । କାହିଁକି ନା ଆଜିର ଦିନରେ ହିଁ କୋରାପୁଟ ଜିଲ୍ଲା ଗଠନ ହୋଇଥିଲା । କିନ୍ତୁ ମହାମାରୀ କୋରୋନା ସଂକ୍ରମଣର ଭୟ ସମସ୍ତ ଉତ୍ସବ ଓ ଆନନ୍ଦ ଉଲ୍ଲାସକୁ ମଳିନ କରିଦେଇଛି ।

ଲକ୍‌ଡାଉନ ଯୋଗୁ ଫିକା ପଡ଼ିଲା ଉତ୍କଳ ଦିବସ

ଏହି ଦିବସରେ କୋରାପୁଟ ସହରରେ ଥିବା ଉତ୍କଳୀୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାନ୍ତା । କିନ୍ତୁ ସମସ୍ତଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଲଗାଇଥିବା ପ୍ରତିବନ୍ଧକ ଯୋଗୁଁ ଆଜିର ଦିନଟିକୁ ପ୍ରଶାସନ ସମେତ ଜନସାଧାରଣ ପାଳନ କରିବାରୁ ନିଜକୁ ଦୁରେଇ ଦେଇଥିଲେ । ଫଳରେ ପ୍ରତିମୂର୍ତ୍ତି ଗୁଡିକରେ ସଜ ଫୁଲଟିଏ ବି ଲାଗି ପାରିଲା ନାହିଁ । କିନ୍ତୁ ଆଜି ବି ସେମାନେ ଓଡ଼ିଆଙ୍କ ସ୍ମୃତିରେ ଜୀବିତ ଅଛନ୍ତି ବୋଲି ଅନ୍ତରର ସହ ଓଡ଼ିଆ ଭାଷାକୁ ଭଲ ପାଉଥିବା ରବି ଶତପଥୀ ଓ ପ୍ରୀତିଧାରା ସାମଲଙ୍କ ଭଳି କବି ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.