ETV Bharat / state

ଜରଟି ରେଳଧାରଣାରେ ପଡିଛି 2 ଯୁବକଙ୍କ ମୃତଦେହ, ମିଳିନି ପରିଚୟ

author img

By ETV Bharat Odisha Team

Published : Nov 16, 2023, 6:36 PM IST

କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜରଟି ରେଳ ଷ୍ଟେସନର ରେଳ ଧାରଣାରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରେ ପଡି ରହିଥିବା ଦେଶୀ ପିସ୍ତଲ ମଧ୍ୟ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

two unindentified dead bodies
ରେଳ ଧାରଣାରୁ 2ଟି ମୃତଦେହ ଉଦ୍ଧାର
ରେଳ ଧାରଣାରୁ 2ଟି ମୃତଦେହ ଉଦ୍ଧାର

କୋରାପୁଟ: ରେଳ ଧାରଣାରୁ ଉଦ୍ଧାର ହେଲା ୨ଟି ମୃତଦେହ । କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜରଟି ରେଳ ଷ୍ଟେସନର ରେଳ ଧାରଣାରୁ ୨ ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ରେଳ ଧାରଣାରେ ପଡି ରହିଥିବା ଏହି ଖଣ୍ଡ ବିଖଣ୍ଡିତ ମୃତଦେହକୁ ସକାଳୁ ସକାଳୁ ଠାବ ହୋଇଛି । ତେବେ ଏହି ୨ ଯୁବକ ଜୀବନ ହାରିଛନ୍ତି ନା ରେଳରୁ ଡେଇଁଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଖବର ପାଇ ଘଟଣାସ୍ଥଳରେ ଜିଆରପି ଓ କୋରାପୁଟ ସଦର ପୋଲିସ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି । ଘଟଣାସ୍ଥଳରେ 2ଟି ମୃତଦେହ ପଡିରହିଥିବା ବେଳେ ମୃତଦେହ ନିକଟରେ ଏକ ଦେଶୀ ପିସ୍ତଲ ଓ 2ଟି ଗୁଳି ମଧ୍ୟ ପଡିରହିଥିଲା । ପିସ୍ତଲ, ଗୁଳି ସମେତ ଗୋଟିଏ ଏଟିଏମ କାର୍ଡ ପଡି ରହିଥିବା ଦେଖିବାକୁ ମିଳିଥିଲା । ଏସବୁକୁ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ ।

ଏହା ବି ପଢନ୍ତୁ...ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଏହା ବି ପଢନ୍ତୁ...ଥାନାରେ ମାଡ଼ ମାରିଲେ SI: ମିଳିଲାନି ନ୍ୟାୟ, ଲୋକଲଜ୍ଜାରେ ଜୀବନ ହାରିଲେ ଯୁବକ !

ତେବେ ଏଟିଏମ କାର୍ଡରେ ରୁଦ୍ର ପ୍ରସାଦ ମହାନ୍ତି ବୋଲି ଉଲ୍ଲେଖ ରହିଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ କେହି ଗଞ୍ଜେଇ ମାଫିଆ କୌଣସି ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଟ୍ରେନ ଟ୍ରାକ ଉପରେ ଯୋଜନା କରୁଥିବାବେଳେ ଟ୍ରେନ ମାଡି ଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । କିମ୍ବା କୌଣସି ଘଟଣାକୁ ନେଇ ନିଜ ନିଜ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଏମିତି ଘଟଣା ଘଟି ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଜିଆରପି ଆଇଆଇସି ବିକାଶ ରଞ୍ଜନ ସିଂ କହିଛନ୍ତି, " ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡିବ ।"

ସୂଚନା ଥାଉକି, ଗତ କିଛିଦିନ ପୂର୍ବେ ଏହି ରେଳ ଷ୍ଟେସନ ନିକଟରେ ମାଟି ଅତଡା ଖସି ପ୍ରାୟ ମାସେ କାଳ ରେଳ ଚଳାଚଳ ବ୍ୟାହତ ହୋଇଥିଲା । କିଛି ଦିନ ରେଳ ଚଳାଚଳ ଠପ୍ ରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.