ETV Bharat / state

ଗୀତରେ ଗୀତରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ମଦ ପିଇବି ନାହିଁ ଫେମ୍ - Twin brothers

ନିଜସ୍ବ ଇଚ୍ଛା ଓ ଆଗ୍ରହ ଦ୍ବାରା ସଙ୍ଗୀତ ଲେଖିବା ସହ ଏହାକୁ ଗାଇ ଲୋକଙ୍କୁ ପ୍ରଥମେ ମଦ ଓ ଏବେ କୋରୋନା ମହାମାରୀ ବିଷୟରେ ସଚେତନ କରାଉଛନ୍ତି କୋରାପୁଟ କେଲାର ଗାଁର ଦୁଇ ଭାଇ । ଅଧିକ ପଢନ୍ତୁ...

ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ଗରିବ ଯାଆଁଳା ଭାଇ

author img

By

Published : Oct 22, 2020, 7:51 AM IST

କୋରାପୁଟ: ମଦ ପିଇବି ନାହିଁ..ନାହିଁ ନାହିଁ ପିଇବି ନାହିଁ । ବହୁ ବର୍ଷେ ପୂର୍ବେ ମଦକୁ ନେଇ ଏହି ସଚେତନତା ଗୀତ ଗାଇ ସମସ୍ତ ଲୋକଙ୍କ ପାଖରେ ବେଶ ପ୍ରିୟ ହୋଇଥିଲେ ଯାଆଁଳା ଭାଇ ଶାନ୍ତିପ୍ରକାଶ ଓ ଜ୍ୟୋତିପ୍ରକାଶ। ଏହି ଦୁଇ ଭାଇ କୌଣସି ସରକାରୀ ବା ବେସରକାରୀ ସଙ୍ଗଠନର ବାର୍ତ୍ତା ପ୍ରଚାରକ ନୁହନ୍ତି। ଦାରିଦ୍ର୍ୟ ଅନଟନ ମଧ୍ୟରେ କେଲାର ଗାଁରେ ଦିନ କାଟୁଛନ୍ତି ଉଭୟ ।

ବହୁ ବର୍ଷ ପୂର୍ବେ ସେମାନେ ଏହି ଗୀତକୁ ରାଜ୍ୟସ୍ତରୀୟ ପରବ ସାଂସ୍କୃତିକ ମଞ୍ଚରେ ପରିବେଷଣ କରି ଲୋକଲୋଚନକୁ ଆସିଥିଲେ। କିନ୍ତୁ ସେମାନଙ୍କ ପ୍ରତିଭା କେବଳ କିଛି ତାଳି, ଉତ୍ତରୀୟ ଓ ପୁରସ୍କାର ମଧ୍ୟରେ ସୀମିତ ହୋଇ ରହିଯାଇଥିଲା। ତାଙ୍କ ପ୍ରତିଭାକୁ ନେଇ ଆନନ୍ଦିତ ହୋଇଉଠିଥିବା ପ୍ରଶାସନ ବା ବ୍ୟକ୍ତି ବିଶେଷ ସେମାନଙ୍କୁ ଏକ ଉଚିତ ସ୍ଥାନରେ ପହଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ଦୁଇ ଭାଇଙ୍କ ସାମାଜିକ ଯାତ୍ରା ସରକାରୀ ନଥିଲା ବା ସରକାରୀ ପ୍ରୋତ୍ସାହନ ବିନା ଅଟକି ଯିବା ଭଳି ଏକ ଚେତନା ନଥିଲା। ତେଣୁ ଦୁଇ ଭାଇ ଦାମନଯୋଡି ଆସି ନାଲକୋ କମ୍ପାନୀର ଠିକାଦାରଙ୍କ ପାଖରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଜୀବନ ଜିଇଁବା ସହ ନିଜ ସଙ୍ଗୀତ ସାଧନାକୁ ଆଗକୁ ନେଇଥିଲେ ।

ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ଗରିବ ଯାଆଁଳା ଭାଇ

ପ୍ରଥମେ ସମାଜରେ ଚାଲିଥିବା ଦୁର୍ନୀତିକୁ ଦୂର କରିବା ପାଇଁ ନିଜେ ରଚନା କରିବା ସହ ସେଥିରେ ସଙ୍ଗୀତ ଦେଇ ଗୀତ ଗାଇଲେ। ପୁଣିଥରେ ସମସ୍ତଙ୍କ ପ୍ରଶଂସା ସାଉଁଟିବା ପରେ ବର୍ତ୍ତମାନ କୋରୋନା କୁ ନେଇ ସଚେତନତାର ବାର୍ତ୍ତା ଦେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାହାରି ସହାୟତାକୁ ଅପେକ୍ଷା କରିନଥିବା ଏହି ସାମାଜିକ କର୍ମୀଙ୍କ ସଙ୍ଗୀତ ପ୍ରତିଭାକୁ ସଭ୍ୟ ସମାଜ ଉଚିତ ସମ୍ମାନ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.