ETV Bharat / state

ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ମହାବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି: କୁଳପତି

ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ କୋରାପୁଟ ଜିଲ୍ଲାର ଅନେକ ମହାବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ କହିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : May 7, 2023, 10:39 PM IST

NEP ଲାଗୁ କରିବା ପାଇଁ କଲେଜରେ ଭିତ୍ତିଭୂମିର ଅଭାବ ଅଛି କହିଲେ କୁଳପତି

କୋରାପୁଟ: ଜାତୀୟ ଶିକ୍ଷା ନୀତି (National Education Policy) କାର୍ଯ୍ୟକାରୀ କରିବା ପାଇଁ କୋରାପୁଟ ଜିଲ୍ଲାର ଅନେକ ମହାବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମତ ରଖିଛନ୍ତି । ତେବେ କୋରାପୁଟ ଜିଲ୍ଲାର ମହାବିଦ୍ୟାଳୟ ଗୁଡିକରେ ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ କରିବା ଓ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମିରେ ଉନ୍ନତି କରିବା ପାଇଁ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯାଇ ଏନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯିବ ବୋଲି ସେ କୋରାପୁଟରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମହିଳା ଗ୍ରୁପର ସଙ୍ଗୀନ ଅଭିଯୋଗ, ପିସି ନଦେବାରୁ SHGକୁ ଦିଆଯାଇଛି ଅସାମାଜିକ ଦଳ ଆଖ୍ୟା

ଓଡ଼ିଶାର ପ୍ରତ୍ୟେକ ମହାବିଦ୍ୟାଳୟ NAAC (National Assessment and Accreditation Council) ଦ୍ବାରା ମାନ୍ୟତା ତଥା ସ୍ବୀକୃତି ପାଇବା ଆବଶ୍ୟକ । ଏହା ନପାଇଥିଲେ ମହାବିଦ୍ୟାଳୟ ସରକାରୀ ଅନୁଦାନ ପାଇବାରୁ ବଞ୍ଚିତ ହୋଉପାରନ୍ତି । ତେବେ କୋରାପୁଟ ଜିଲ୍ଲାରେ କେବଳ ୩-୪ଟି ମହାବିଦ୍ୟାଳୟ ଏହି NAAC ମାନ୍ୟତା ହାସଲ କରିଥିବା ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ତେବେ ଆଜିର ଏହି ବୈଠକ ପରେ କୋରାପୁଟ ଅଞ୍ଚଳର ମହାବିଦ୍ୟାଳୟଗୁଡିକରେ ମଧ୍ୟ NAAC ଉନ୍ନତ ମାନର ମାନ୍ୟତା ପାଇବା ଭଳି ସ୍ଥିତିକୁ ଆଣିବା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଚେଷ୍ଟା କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଡୁଡା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଗିରଫ

ଏହା ସହିତ ଗବେଷଣା ପାଇଁ ପ୍ରୋତ୍ସାହନ ଯୋଗାଇଦେବା, ଅଧ୍ୟାପକ ନିଯୁକ୍ତି କରିବା ଓ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ସହଯୋଗ ଯୋଗାଇଦେବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି । ଅବିଭକ୍ତ କୋରାପୁଟ ଜିଲ୍ଲାର ୫୩ଟି ଡିଗ୍ରୀ ମହାବିଦ୍ୟାଳୟ ମଧ୍ୟରୁ କେବଳ ୭ଟି ମହାବିଦ୍ୟାଳୟ NAAC ମାନ୍ୟତା ପାଇଛନ୍ତି । ସରକାରଙ୍କ ସହଯୋଗ, ବିଶ୍ବବିଦ୍ୟାଳୟର ମାର୍ଗଦର୍ଶନ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିରନ୍ତର ପ୍ରଚେଷ୍ଟା ଫଳରେ ଏହି ଅଞ୍ଚଳର ମହାବିଦ୍ୟାଳୟ ଗୁଡିକର ସ୍ଥିତି ଆହୁରି ଉନ୍ନତ ହୋଇପାରିବ ବୋଲି କୋଟସର ନିର୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଆଶା ପୋଷଣ କରିଛନ୍ତି । ଆଜିର ଏହି କର୍ମଶାଳାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ୪୦ରୁ ଅଧିକା ମହାବିଦ୍ୟାଳୟର ପ୍ରତିନିଧି ଯୋଗଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.