ETV Bharat / state

ସରକାରୀ ଜମି ଜବରଦଖଲ ଅଭିଯୋଗରେ ଉତ୍ତେଜନା

author img

By

Published : Nov 12, 2020, 7:04 PM IST

କୋରାପୁଟ ରେଳ ଷ୍ଟେସନ ନିକଟ ପାଣି ଟାଙ୍କି ତଳ ଭାଗରେ ସରକାରୀ ଜମି ବିବାଦକୁ ନେଇ ଉତ୍ତେଜନା । ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ । ଅଧିକ ପଢନ୍ତୁ ....

ସରକାରୀ ଜମି ଜବରଦଖଲ ଅଭିଯୋଗରେ ଉତ୍ତେଜନା
ସରକାରୀ ଜମି ଜବରଦଖଲ ଅଭିଯୋଗରେ ଉତ୍ତେଜନା

କୋରାପୁଟ: କୋରାପୁଟ ରେଳ ଷ୍ଟେସନ ନିକଟ ପାଣି ଟାଙ୍କି ତଳ ଭାଗରେ ସରକାରୀ ଜମି ବିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସେଠାରେ ଘର କରି ରହିଥିବା ପରିବାର ଓ ସ୍ଥାନୀୟ ଡାଙ୍ଗଦେଉଳା ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଆଜି ଚରମସୀମାରେ ପହଞ୍ଚିଥିଲା । ସେଠାରେ ରହିବା ପାଇଁ ସରକାର ଅନୁମତି ଦେଇ କିଛି ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ କରିଥିଲେ । କିନ୍ତୁ ଏହାର ସୁଯୋଗ ନେଇ ବହୁ ମାତ୍ରାରେ ବେନିୟମ ଭାବେ ଜମି ଅକ୍ତିଆର କରିବା ସହ ଘର କରି ଭଡା ଦେବା ଓ ଜମିର ବେସରକାରୀ ଭାବେ କିଣାବିକା ଚାଲିଥିବା ଅଭିଯୋଗ କରିଛନ୍ତି ଡାଙ୍ଗଦେଉଳା ଗ୍ରାମବାସୀ ।

ସରକାରୀ ଜମି ଜବରଦଖଲ ଅଭିଯୋଗରେ ଉତ୍ତେଜନା

ଅନେକବାର ଏ ସମ୍ପର୍କରେ ପୋଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯିବା ପରେ ସେଠାରେ ଆଉ ଘର ମିର୍ମାଣ କରାଯିବ ନାହିଁ ବୋଲି ପ୍ରଶାସନ ପ୍ରତିଶୃତି ଦେଇଥିଲେ । କିଛି ଦିନର ବ୍ୟବଧାନ ପରେ ପୁଣି ସେଠାରେ ଘର ନିର୍ମାଣ ଚାଲିଥିବା ବେଳେ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ । ଫଳେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ତହସିଲଦାର ଓ ପୋଲିସ ଏସଡିପିଓ ଘଟଣାସ୍ଥଳରେ ପହଂଚି ଉଭୟ ପକ୍ଷକୁ ବୁଝାସୁଝାକରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଗୋଚର ଜମିରୁ କିଛି ରେଳବାଇକୁ ଚାଲିଯାଇଥିବା ବେଳେ ବର୍ତମାନ ବାହାରର ଲୋକଙ୍କ ହାତକୁ ବାକି ଜାଗା ଚାଲିଯାଉଥିବା ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ଡାଙ୍ଗଦେଉଳା ଗ୍ରାମବାସୀ ଚେତାବନୀ ଶୁଣାଇଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.