କୋରାପୁଟ: ଓଡିଶା ପ୍ରଦେଶ ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର କୋରାପୁଟ ଶାଖା ତରଫରୁ ବୁଧବାର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି ।
ଏହି ଦାବିପତ୍ରରେ ସରକାରଙ୍କ ଦ୍ୱାରା ଜିଲ୍ଲାର ସବୁ ଗ୍ରାମରେ ଏସଏଚଜି ମହିଳାଙ୍କୁ ଗାଁ ସାଥି ଭାବେ ଚୟନ କରିବା ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରାଯାଇଛି । ତତ୍ ସହିତ ଜିଲ୍ଲାରେ ଖାଲିଥିବା ଗାଁ ସାଥି ପଦବୀ ପୂରଣ କରି ପ୍ରତ୍ୟେକ ଗ୍ରାମରେ ଦୁଇଜଣ ଗାଁ ସାଥିଙ୍କୁ ଉଚିତ ପ୍ରାପ୍ୟ ସହ ମାସକୁ ସର୍ବନିମ୍ନ 10 ଦିନର କାର୍ଯ୍ୟ ପ୍ରଦାନ କରାଯିବା ନିମନ୍ତେ ସଂଘ ଦାବି କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ