ETV Bharat / state

ଜିଲ୍ଲାପାଳଙ୍କୁ ବଦଳି ସରକାରଙ୍କ ଭୁଲ ସ୍ୱୀକାରୋକ୍ତି: ସମୀର ମହାନ୍ତି

author img

By

Published : Feb 10, 2021, 10:47 PM IST

ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ରାଜ୍ୟ ସରକାର ଏ ସମ୍ପର୍କରେ ଜାଣିନପାରିବା ସରକାରଙ୍କ ଅପାରଗତାର ପରିଚୟ ଦେଇଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମତ ରଖିଛନ୍ତି । ଅଧିକ ପଢନ୍ତି...

ଜିଲ୍ଲାପାଳଙ୍କୁ ବଦଳି ସରକାରଙ୍କ ଭୁଲ ସ୍ୱୀକାରୋକ୍ତି; ସମୀର ମହାନ୍ତି

କୋରାପୁଟ : କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀ ଆଦି ଅଞ୍ଚଳରେ ଆନ୍ଧ୍ର ସରକାର ରାତାରାତି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ପ୍ରସ୍ତୁତି କରିନାହାନ୍ତି । ଏଥିପାଇଁ ତାଙ୍କୁ ବହୁ ଦିନ ସମୟ ଲାଗିଥିବ । ହେଲେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ରାଜ୍ୟ ସରକାର ଏ ସମ୍ପର୍କରେ ଜାଣିନପାରିବା ସରକାରଙ୍କ ଅପାରଗତାର ପରିଚୟ ଦେଇଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମତ ରଖିଛନ୍ତି । ଆଜି ବିଜେପିର ଏକ ଉଚ୍ଚ ସ୍ତରୀୟ ଦଳକୁ ନେଇ କୋଟିଆ ଗସ୍ତ କରି ମହାନ୍ତି କୋରାପୁଟ ଜିଲ୍ଲାପାଳଙ୍କୁ ଏହି ସଂକ୍ରାନ୍ତରେ ବଦଳି କରି ନିଜ ଭୁଲକୁ ରାଜ୍ୟ ସରକାର ସ୍ୱୀକାର କରିଥିବା ବେଳେ ଏତିକିରେ ସମସ୍ୟାର ସମାଧାନ ହେବନାହିଁ ବୋଲି ସେ ଜଣାଇଛନ୍ତି ।

କୋଟିଆ ସମେତ ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ନେତୃବୃନ୍ଦ ପଞ୍ଚାୟତ ନିର୍ବାଚନ ହେଉଥିବା ଫାଟୁସିନେରୀକୁ ଯାଇ ସେଠାକାର ଲୋକଙ୍କ ସହ କଥାବାର୍ତ୍ତା କରି ଓଡିଶା ଓ ଆନ୍ଧ୍ରପ୍ରଦେଶରୁ ସେମାନେ ପାଉଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । କୋଟିଆ ଓଡ଼ିଶାର ଓ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେବାରେ ଆବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.