କୋରାପୁଟ: ଆଜିଠୁ 5 ଦିନ ଯାଏଁ ବନ୍ଦ ରହିବ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଓପିଡି । ଜିଲ୍ଲାରେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି ।
ତେବେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା , ଶିଶୁ ବିଭାଗର ଓପିଡ଼ି ଏବଂ ପ୍ରସୂତି ଗୃହ ଯଥାରୀତି ଚାଲୁରହିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜିଲ୍ଲାରେ ଆଜି 81 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।
ଏପଟେ ଜିଲ୍ଲାର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଶୁକ୍ରବାର ସକାଳୁ ଆସନ୍ତା କାଲି ମଧ୍ୟରାତ୍ର ପର୍ଯ୍ୟନ୍ତ କୋରାପୁଟ କୁ ସଟଡାଉନ ଘୋଷଣା କରିଦିଆଯାଇଛି ।
କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ